ETV Bharat / bharat

କାଶ୍ମୀରରେ ଶାହାଙ୍କ ଶେଷ ଦିନ, ବୁଲେଟ ପ୍ରୁଫ ଗ୍ଲାସ ହଟାଇ ଜନସଭାକୁ କଲେ ସମ୍ବୋଧିତ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କାଶ୍ମୀରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତର ଆଜି ଶେଷ ଦିନ । ସଭାମଞ୍ଚର ପୋଡିୟମରୁ ବୁଲେଟ ପ୍ରୁଫ ଗ୍ଲାସ ହଟାଇ ଜନସଭାକୁ କଲେ ସମ୍ବୋଧିତ । କହିଲେ କାଶ୍ମୀରବାସୀ ମନରୁ ଭୟ କାଢନ୍ତୁ । ବର୍ତ୍ତମାନ କାଶ୍ମୀର କେବଳ ବିକାଶ ଚାହେଁ । ଅଧିକ ପଢନ୍ତୁ...

କାଶ୍ମୀରରେ ଶାହଙ୍କ ଶେଷ ଦିନ, ବୁଲେଟ ପ୍ରୁଫ ଗ୍ଲାସ ହଟାଇ ଜନସଭାକୁ କଲେ ସମ୍ବୋଧିତ

author img

By

Published : Oct 25, 2021, 5:33 PM IST

ଶ୍ରୀନଗର: କାଶ୍ମୀରରେ ଜନସଭାକୁ ସମ୍ବୋଧିତ କଲାବେଳେ ସୁରକ୍ଷା ଦୃଷ୍ଟିରୁ ସଭାମଞ୍ଚର ପୋଡିୟମରେ ଲାଗାଯାଇଥିବା ବୁଲେଟ ପ୍ରୁଫ ଗ୍ଲାସକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାଶ୍ମୀରବାସୀଙ୍କ ସହ ସିଧାସଳଖ କଥା ହେବା ପାଇଁ ସେ ଏଠାକୁ ଆସିଥିବା କହିବା ସହ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ବୁଲେଟ ପ୍ରୁଫ ଗ୍ଲାସକୁ ହଟାଇବାକୁ କହିଥିଲେ ଶାହା । ତେବେ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ତୁରନ୍ତ ତାହାକୁ ସମ୍ବୋଧନ ପୋଡିୟମରୁ ହଟାଇ ନେଇଥିଲେ । ପରେ ଗୃହମନ୍ତ୍ରୀ ଶାହା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଜନସଭାକୁ ସମ୍ବୋଧିତ କରିଥିଲେ । ତେବେ ଶାହାଙ୍କ ଏପରି ନିର୍ଦ୍ଦେଶ ପରେ ସେଠାରେ ଏକତ୍ରିତ ଜନସଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

କାଶ୍ମୀରରେ ଶାହଙ୍କ ଶେଷ ଦିନ, ବୁଲେଟ ପ୍ରୁଫ ଗ୍ଲାସ ହଟାଇ ଜନସଭାକୁ କଲେ ସମ୍ବୋଧିତ

3 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଗସ୍ତର ଆଜି ଶେଷ ଦିନ । ଆଜି( ସୋମବାର) ଶାହା ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଜନସଭାକୁ ସମ୍ବୋଧିତ କଲାବେଳେ କାଶ୍ମୀରବାସୀଙ୍କ ପ୍ରତି ଭରସା ଦେଖାଇବା ସହ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ବୁଲେଟ ପ୍ରୁଫ ଗ୍ଲାସ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜନସଭାକୁ ସମ୍ବୋଧିତ କରି ଶାହା କହିଥିଲେ, ୨୦୧୯ ପରେ ସେ ପ୍ରଥମ ଥର କାଶ୍ମୀର ଆସିଛନ୍ତି । ତେବେ କାଶ୍ମୀରର ବିକାଶକୁ ଶୀର୍ଷରେ ପହଞ୍ଚାଇବା ତାଙ୍କ ସରକାରର ଲକ୍ଷ୍ୟ । ୨୦୨୪ ରେ କାଶ୍ମୀରବାସୀ ହିଁ ସେହି ସଫଳତାର ସାକ୍ଷୀ ବନିବେ ।

ଶାହା ଆହୁରି ମଧ୍ୟ କହିଛନ୍ତି , ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ କାହିଁକି ଇଣ୍ଟରନେଟ ବନ୍ଦ ଓ କର୍ଫ୍ୟୁ ଜାରି ହେଲା ବୋଲି ବିରୋଧୀ ବାରମ୍ବାର ପ୍ରଶ୍ନ କରି ଆସୁଛନ୍ତି । ତେବେ ସେହି ସମୟରେ ଯଦି ଇଣ୍ଟରନେଟ ସେବାକୁ ସ୍ଥଗିତ କରାଯାଇ ନଥାନ୍ତା ତେବେ କିଛି ରାଜନୈତିକ ଗୋଷ୍ଠୀର ପ୍ରରୋଚନାରେ ଘାଟିରେ ଅରାଜକତା ଓ ହିଂସା ସୃଷ୍ଟି କରାଯାଇଥାନ୍ତା । ସ୍ଥାନୀୟ ଯୁବକ ଓ ପୋଲିସ ମୁହାଁମୁହିଁ ହେବା ପାଇଁ ସ୍ଥିତି ସୃଷ୍ଟି କରାଯାଇଥାନ୍ତା । ଯାହା ଫଳରେ କାଶ୍ମୀରର ଯୁବଗୋଷ୍ଠୀ ସର୍ବାଧିକ ପ୍ରଭାବିତ ହୋଇଥାନ୍ତେ ବୋଲି ଶାହା କହିଛନ୍ତି ।

ସେହିପରି ଆହୁରି ମଧ୍ୟ ସେ କହିଛନ୍ତି, ବର୍ତ୍ତମାନ କାଶ୍ମୀରବାସୀଙ୍କ ମନରୁ ଭୟ ଦୂର କରିବାର ସମୟ ଆସିଛି । କାଶ୍ମୀରର ବିକାଶରେ ଏବେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଜମ୍ମୁ କାଶ୍ମୀରରେ ୨୦ ହଜାର ସରକାରୀ ନିଯୁକ୍ତି ପ୍ରଦାନ ସରିଛି । ଆଗାମୀ ଦିନରେ ଆଉ ୬ ହଜାର ଚାକିରି ମିଳିବା ନେଇ ପ୍ରକ୍ରିୟା ଜାରି ରହିଛି । ଯେଉଁମାନେ କାଶ୍ମୀରର ଯୁବକଙ୍କ ହାତରେ ପଥର ଧରାଇଥିଲେ, ସେମାନେ କଣ କାଶ୍ମୀର ପାଇଁ ଭଲ କରିଛନ୍ତି କି ବୋଲି ପ୍ରଶ୍ନ କରି କାଶ୍ମୀରର ପୂର୍ବ ଶାସନକୁ ଟାର୍ଗେଟ କରିଛନ୍ତି ଶାହା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.