ETV Bharat / bharat

Omicron Scare: ଆଜି ରାଜ୍ୟମାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ - review meeting with States on Omicron

ଚିନ୍ତା ବଢାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବି.୧.୧.୫୨୯ (COVID New variant Omicron ) । ଏନେଇ ରାଜ୍ୟମାନଙ୍କ ସହିତ ମଙ୍ଗଳବାର ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅଧିକ ପଢନ୍ତୁ

ଆଜି ରାଜ୍ୟମାନଙ୍କ ସହ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

author img

By

Published : Nov 30, 2021, 3:05 PM IST

ନୂଆଦିଲ୍ଲୀ: ଡରାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ (COVID variant Omicron) । ଏନେଇ ରାଜ୍ୟମାନଙ୍କ ସହିତ ଆଜି (ମଙ୍ଗଳବାର) ଏକ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ (Union Health Secretary) ।

ପୂର୍ବରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ( Ministry of Health And Family Welfare) ଅନ୍ତର୍ଜାତୀୟ ଗମନାଗମନ ଉପରେ ଗାଇଡଲାଇନ ଜାରି କରିଥିଲେ । ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବା ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ସଙ୍ଗୋରୋଧକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ବିମାନ ବନ୍ଦର ଏବଂ ବନ୍ଦରଗୁଡିକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସେଠାରେ କୋଭିଡ ପ୍ରୋଟୋକଲର କଡାକଡି ଅନୁପାଳନ ପାଇଁ ବିମାନ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (APHOs) ଏବଂ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (PHO)କୁ ନିର୍ଦ୍ଦେଶ ଦିଆଯାଇଛି ।ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ(Omicron variant)କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ସତର୍କ କରାଇବା ପରେ ବିଶ୍ବବ୍ୟାପୀ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆହୁର ପଢନ୍ତୁ...Omicron Scare: ଓମିକ୍ରନ ଭୟ, ଝୁଲିଲା ଅନ୍ତର୍ଜାତୀୟ ବିମାନ ସେବା ନିଷ୍ପତ୍ତି

ଏହି ଆ ଭାରିଏଣ୍ଟ ଓମିକ୍ରନ ବି.୧.୧.୫୨୯ (Omicron B.1.1.529) ପୂର୍ବ ସମସ୍ତ ଭାରିଏଣ୍ଟ ତୁଳନାରେ ଅଧିକ ବିପଦଜନ୍ନକ । ଡେଲଟା ଭାରିଏଣ୍ଟ ତୁଳନାରେ ଓମିକ୍ରନ ଭାରିଏଣ୍ଟ ୬ ଗୁଣା ଅଧିକ ସଂକ୍ରାମକ । ଟିକା ନେବା ପରେ ମଧ୍ୟ ଏଥିରେ ସଂକ୍ରମିତ ହେବା ସମ୍ଭାବନା ରହିଛି । ବର୍ତ୍ତମାନ 16 ଦେଶକୁ ବ୍ୟାପିଲାଣି ଓମିକ୍ରନ । ସର୍ବାଧିକ ମାମଲା ଦକ୍ଷିଣ ଆଫ୍ରିକାରେ ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.