ETV Bharat / bharat

Omicron Scare: ଦେଶରେ 358 ଓମିକ୍ରମ କେସ୍ ଚିହ୍ନଟ, 114 ସୁସ୍ଥ

author img

By

Published : Dec 24, 2021, 6:04 PM IST

କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରେସମିଟ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାରା ଦେଶରେ ଏଯାବତ ୩୫୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ ସୁସ୍ଥ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Union health secretary press meet : ଦେଶରେ କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ୟ ସଚିବଙ୍କ ପ୍ରେସମିଟ

ନୂଆଦିଲ୍ଲୀ: ଦେଶର କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରେସମିଟ । ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମୀଳନୀରେ (Union health secretary Rajesh Bhushan press meet ) ସୂଚନା ଦେଇଛନ୍ତି।

କୋରୋନାର ତୃତୀୟ ଲହରକୁ (Covid19 Third wave) ନେଇ ଲୋକଙ୍କୁ ସତର୍କତା କରିବା ସହ ସଚେତନ କରିଛନ୍ତି। ଏହା ସହ ଦେଶରେ ଓମିକ୍ରନ ମାମଲାକୁ (Omicron Cases) ନେଇ ମଧ୍ୟ ଲୋକଙ୍କୁ ସତର୍କତା କରାଇଛନ୍ତି । ତେବେ ଆଗାମୀ ଦିନରେ ଭାରତ ସରକାର କୋରୋନା ତୃତୀୟ ଲହରକୁ ସାମନା କରିବା ନେଇ କି ଭଳି ପ୍ରସ୍ତୁତି ରହିଛନ୍ତି ସେ ସମସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

ସାରା ଦେଶର ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୧୪ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ପାଞ୍ଚଟି ରାଜ୍ୟରେ ଅଧିକ ପରିମାଣରେ କୋରୋନା ପଜିଟିଭି ବାହାରୁଛି । ବିଶେଷ କରି କେରଳ,ମହାରାଷ୍ଟ୍ର, ତାମିଲନାଡୁ , ପଶ୍ଚିମବଙ୍ଗ, କର୍ଣ୍ଣାଟକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।

ଏହା ସହ କୋରୋନାର ତୃତୀୟ ଲହରକୁ ଆଶଙ୍କା କରି କେନ୍ଦ୍ର ସରକାର ଗତ ୨୧ ଡିସେମ୍ବରରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଟକଣା ଜାରି କରିଛନ୍ତି। ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଜନଗହଳି ଇତ୍ୟାଦି ଅଞ୍ଚଳରେ କଟକଣା ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପୂର୍ବଭଳି କୋରୋନା କଟକଣାକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

ସେହିପରି ଦେଶରେ ବର୍ତ୍ତମାନ ୮୯ ପ୍ରତିଶତ ବୟସ୍କ ଲୋକେ କୋରୋନା ଟୀକାର ପ୍ରଥମ ଡୋଜ ନେଇଥିବାବେଳେ ୬୧ ପ୍ରତିଶତ ଯୋଗ୍ୟ ବ୍ୟକ୍ତି କୋରୋନା ଟୀକାର ଦ୍ବିତୀୟ ଡୋଜ ନେଇଛନ୍ତି । ଏହା ସହ ଦେଶରେ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ବେଡ, ଆଇସିୟୁ ବେଡ ବିଷୟରେ ଆଲୋଚନା କରିଥିଲେ ।

ତେବେ ବର୍ତ୍ତମାନ ବିଶ୍ବର ୧୦୮ ଦେଶରେ ଓମିକ୍ରନ ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୪ ଜଣ ସୁସ୍ଥ ହୋଇଛନ୍ତି । ସାରା ବିଶ୍ବରୁ ଓମିକ୍ରନରେ ସଂକ୍ରମିତ ହୋଇ ୨୬ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.