ETV Bharat / bharat

ଘୁଞ୍ଚିଲା NEET PG ପ୍ରବେଶିକା ପରୀକ୍ଷା

author img

By

Published : Feb 4, 2022, 11:09 AM IST

Updated : Feb 4, 2022, 11:15 AM IST

ଘୁଞ୍ଚିଲା ସର୍ବଭାରତୀୟ NEET PG ପରୀକ୍ଷା । ୬ ରୁ ୮ ସପ୍ତାହ ସ୍ଥଗିତ ରହିଲା ପରୀକ୍ଷା । ଅଧିକ ପଢନ୍ତୁ

ଘୁଞ୍ଚିଲା NEET PG ପ୍ରବେଶିକା ପରୀକ୍ଷା
ଘୁଞ୍ଚିଲା NEET PG ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ସର୍ବଭାରତୀୟ NEET PG ପରୀକ୍ଷା । ୬ ରୁ ୮ ସପ୍ତାହ ସ୍ତଗିତ ରହିଲା ପରୀକ୍ଷା । ମାର୍ଚ୍ଚ ୧୨ରେ ହୋଇଥାନ୍ତା ଏହି ପ୍ରବେଶିକା ପରୀକ୍ଷା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ମିଳିଛି ।

ସୂଚନାଅନୁସାରେ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ଏମବିବିଏସ ଛାତ୍ର ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ସର୍ବୋଚ୍ଚ ନ୍ୟାୟଳୟରେ ହେବାର ଥିଲା । ହେଲେ ଶୁଣାଣି ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି ସରକାର । ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା। କିନ୍ତୁ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୬ରୁ ୮ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ନେଇ ଘୋଷଣା ହୋଇଛି ।

କୋରୋନା ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ ଡାକ୍ତରୀ ଛାତ୍ରଛାତ୍ରୀ । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନରେ ଦାବି କରାଯାଇଥିଲା ଯେ MBBS ପାସ୍ ଛାତ୍ରଛାତ୍ରୀ ମାନେ କୋଭିଡ ମହାମାରୀ କାରଣରୁ ସେମାନଙ୍କ ଇଣ୍ଟର୍ନସିପ ଅବଧି ଶେଷ କରିପାରିନାହାଁନ୍ତି । ଯେଉଁଥିପାଇଁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ ବୋଲି କହିଥିଲେ ।

ଆଜି ଜଷ୍ଟିସ୍ ଡି.ୟାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଡ ଏହି ଆବେଦନ ଉପରେ ଆଜି ଶୁଣାଣି ହୋଇଥାନ୍ତା । ହେଲେ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Last Updated : Feb 4, 2022, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.