ETV Bharat / bharat

Union farm laws କୁ ବର୍ଷେ, ୧୭ ସେପ୍ଟେମ୍ବରକୁ କଳା ଦିବସ ଭାବେ ପାଳିବ ଶିରୋମଣୀ ଅକାଳି ଦଳ - କେନ୍ଦ୍ରୀୟ କୃଷି ଆଇନ

Union farm laws କୁ ବର୍ଷେ ପୁର୍ତ୍ତି ହେବାକୁ ଯାଉଛି। ସେପ୍ଟେମ୍ବର 17 ତାରିଖକୁ କଳା ଦିବସ ଭାବେ ପାଳନ କରିବ ଶିରୋମଣୀ ଅକାଳୀ ଦଳ । ଅଧିକ ପଢନ୍ତୁ...

Union farm laws କୁ ବର୍ଷେ , ୧୭ ସେପ୍ଟେମ୍ବରକୁ କଳା ଦିବସ  ଭାବେ ପାଳିବ ଶିରୋମଣୀ ଅକାଳି ଦଳ

author img

By

Published : Sep 12, 2021, 7:19 AM IST

ନୂଆଦିଲ୍ଲୀ : ସେପ୍ଟେମ୍ବର 17 ତାରିଖକୁ କଳା ଦିବସ ଭାବେ ପାଳନ କରିବ ଶିରୋମଣୀ ଅକଳୀ ଦଳ । ୧୭ ସେପ୍ଟେମ୍ବର କେନ୍ଦ୍ର ସରକାର କୃଷି ଆଇନ ଲାଗୁ କରିଥିଲେ । ଯାହା ଏକ ବର୍ଷ ପୂରଣ କରିବାକୁ ଯାଉଛି । ଯାହାକୁ ନେଇ କଳାଦିବସ ପାଳନ କରିବାକୁ ଘୋଷଣା କରିଛି ଶିରୋମଣୀ ଅକାଳୀ ଦଳ । କେନ୍ଦ୍ରର NDA ସରକାରରେ ସହଯୋଗୀ ଥିବା ଅକାଳି ଦଳ ଏହି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ NDA ମେଣ୍ଟରୁ ଓହରି ଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ଆଇନ ଲାଗୁ ହେବା ପରେ ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଆନ୍ଦୋଳନର ଗତି ବଦଳାଇ ଦେଇଥିଲା । ଅନ୍ୟ କିଛି ସହଯୋଗୀ କୃଷକ ସଂଗଠନ ସେମାନଙ୍କର ପ୍ରତିବାଦ ପ୍ରତ୍ୟାହାର କରି ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଭାରତୀୟ କିଶାନ ୟୁନିୟନ ଆଇନର ପ୍ରତ୍ୟାହାର କରିବା ପାଇଁ ଦାବି ଜାରି ରଖିଛି ।

ତେବେ ଏହି ଆଇନ ବିରୋଧରେ ଶକ୍ତ ଅଭିମତ ରଖିଥିବା ଶିରୋମଣୀ ଅକାଳୀ ଦଳ ଏହି ଦିନକୁ କଳାଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.