ETV Bharat / bharat

3 Farm Laws: କୃଷି ଆଇନ ପ୍ରତ୍ୟାହାରକୁ ଆଜି କେନ୍ଦ୍ର କ୍ୟାବିନେଟରେ ମିଳିପାରେ ଅନୁମୋଦନ

author img

By

Published : Nov 24, 2021, 10:17 AM IST

Updated : Nov 24, 2021, 10:33 AM IST

ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନ(3 Farm Laws)କୁ ଆନୁଷ୍ଠାନିକ ଭାବେ ଆଜି କେନ୍ଦ୍ର କ୍ୟାବିନେଟ(Union Cabinet)ରେ ଅନୁମୋଦନ ମିଳିପାରେ । ଅଧିକ ପଢନ୍ତୁ

3 Farm Laws: ପ୍ରତ୍ୟାହାରକୁ ଆନୁଷ୍ଠାନିକ ଭାବେ ଆଜି କେନ୍ଦ୍ର କ୍ୟାବିନେଟର ମିଳିପାରେ ଅନୁମୋଦନ

ନୂଆଦିଲ୍ଲୀ: ଆଜି ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନ(3 Farm Laws)କୁ ଆନୁଷ୍ଠାନିକ ଭାବେ କେନ୍ଦ୍ର କ୍ୟାବିନେଟ(Union Cabinet)ରେ ଅନୁମୋଦନ ମିଳିପାରେ । ନଭେମ୍ବର 29 ରୁ ଆରମ୍ଭ ହେବାକୁ ଥିବା ସଂସଦ ଶୀତକାଳୀନ ଅଧିବେଶନ(Parliamentary winter Sessions)ର ପ୍ରଥମ ଦିନରେ ବିଧାନସଭାରେ ୩ କୃଷି ଆଇନ-2020 ତାଲିକାଭୁକ୍ତ ହୋଇଛି ।

ସାରା ଦେଶରେ ବର୍ଷେ ଧରି ଚାଲିଥିବା କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର(PM Modi) ମୋଦି ଏହି ୩ ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ (MSP) ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।

ଏହା ମଧ୍ଯ ପଢନ୍ତୁ:-ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର କଲେ 3 କୃଷି ଆଇନ

ନଭେମ୍ବର 26, 2020 ରେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରଣୟନ କରିବା ପରଠାରୁ ଦେଶବ୍ୟାପୀ କୃଷି ଆନ୍ଦୋଳନ ହୋଇଥିଲା । ନଭେମ୍ବର ୧୯, ୨୦୨୧ ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ମଧ୍ୟ ଆନ୍ଦୋଳନ ହଟିନାହିଁ । ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନ ସେମାନଙ୍କର ଆନ୍ଦୋଳନ ବନ୍ଦ ହନେଇ ଘୋଷଣା କରି ନାହାଁନ୍ତି । ଅନ୍ୟପଟେ ନଭେମ୍ବର 29 ରେ ସଂସଦ ଅଧିବେଶନର ପ୍ରଥମ ଦିନରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁଥିବା ଜଣାପଡିଛି । ଆନୁଷ୍ଠାନିକ ତଥା ଆଇନଗତ ଭାବେ ଆଇନ ରଦ୍ଦ ହେବା ପରେ ଆନ୍ଦୋଳନ ବନ୍ଦ କରିବେ ବୋଲି କୃଷକ ସଂଗଠନ କହିଛି ।

@ANI

Last Updated : Nov 24, 2021, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.