ETV Bharat / bharat

Cabinet Expansion; ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉଚ୍ଚସ୍ତରୀୟ ବୈଠକ

author img

By

Published : Jul 6, 2021, 7:50 AM IST

ପ୍ରଧାନମନ୍ତ୍ରୀ ଆଜିର ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ସାଙ୍ଗକୁ ଆଗାମୀ ଯୋଜନା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ
Cabinet Expansion

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ଚଳିତ ସପ୍ତାହରେ ସମ୍ଭାବ୍ୟ କ୍ୟାବିନେଟ ବିସ୍ତାରକୁ ଅନ୍ତିମ ମୋହର ଲାଗିପାରେ ।

ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋଏଲ, ପ୍ରହ୍ଲଦା ଯୋଶୀ, ନରେନ୍ଦ୍ର ସିଂ ତୋମାରଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ବାଜିବ ।

ଆସନ୍ତା 2 ଦିନ ମଧ୍ୟରେ କ୍ୟାବିନେଟ ବିସ୍ତାର ସମ୍ଭାବନା...

ପ୍ରଧାନମନ୍ତ୍ରୀ ଆଜିର ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ସାଙ୍ଗକୁ ଆଗାମୀ ଯୋଜନା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରିବେ । ଏହାସହ ଆସନ୍ତା 19 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଆସନ୍ତା 2 ଦିନ ମଧ୍ୟରେ କ୍ୟାବିନେଟ ସମ୍ପ୍ରସାରଣ କରିବାକୁ ପ୍ରଧାନମନ୍ତ୍ରୀ ଯୋଜନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ 53 ଜଣ ମନ୍ତ୍ରୀ ଥିବା ବେଳେ ସମ୍ପ୍ରସାରଣ ହେଲେ 20 ରୁ 21 ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.