ETV Bharat / bharat

୫G ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

author img

By

Published : Jun 15, 2022, 1:53 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଆଜି (ବୁଧବାର) ବସିଥିବା କ୍ୟାବିନେଟ ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

୫G ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
୫G ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ମୋବାଇଲ ଏବଂ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦେଶରେ ମିଳିବ 5ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଆଜି (ବୁଧବାର) ବସିଥିବା କ୍ୟାବିନେଟ ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ମଞ୍ଜୁରି ମିଳିଛି । ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz ନିଲାମି ହେବ । ଆସନ୍ତା ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଲାମି ଡକାଯିବା ନେଇ ସୂଚନା ମିଳିଛି ।

କେନ୍ଦ୍ର ଅନୁସାରେ, 2014ରେ ଦେଶରେ 10 କୋଟି ଗ୍ରାହକଙ୍କ ତୁଳନାରେ 80 ପ୍ରତିଶତ ଉପଭୋକ୍ତା ବ୍ରଡବ୍ୟାଣ୍ଡ ପାଇପାରିବେ । ୪ଜି ସେବା ଠାରୁ ୫ଜି ସେବା ୧୦ ଗୁଣା ଅଧିକ ସ୍ପିଡ ହେବ ବୋଲି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି । ଭାରତର 8ଟି ଟପ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରେ 5G ଟେଷ୍ଟ ବେଡ୍ ସେଟଅପ୍ ହେବ । ଏହି ନିଲାମ ବିଶେଷ ଭାବରେ ଲୋ ପାଇଁ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), ମଧ୍ୟମ (3300 MHz) ଏବଂ ହାଇ ଫ୍ରିକୁଏନ୍ସି ପାଇଁ (26 GHz) ଲାଗି ହେବ ।

ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସମସ୍ତ ଅର୍ଥ ପୈଠ କରିବା ବାଧ୍ୟତାମୂଳକ ହୋଇନାହିଁ । ସ୍ପେକ୍ଟ୍ରମ ପାଇଁ ବର୍ଷ ଆରମ୍ଭରୁ 20ଟି ଇନଷ୍ଟଲମେଣ୍ଟରେ ଅର୍ଥ ପୈଠ କରିବାକୁ ସୁଯୋଗ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.