ETV Bharat / bharat

Union Budget 2023: ଏକାଧିକ ରାଷ୍ଟ୍ର ପାଇଁ ବ୍ୟୟବରାଦ, ଭୁଟାନକୁ ସର୍ବାଧିକ 2400 କୋଟି - ସାଧାରଣ ବଜେଟ 2023

ବଜେଟରେ ବିଦେଶୀ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ବରାଦ । ଭୁଟାନ ପାଇଁ ସର୍ବାଧିକ 2400.58 କୋଟିର ବ୍ୟୟବରାଦ । ଅଧିକ ପଢନ୍ତୁ

ବଜେଟରେ ଏକାଧିକ ରାଷ୍ଟ୍ର ପାଇଁ ମଧ୍ୟ ବରାଦ
ବଜେଟରେ ଏକାଧିକ ରାଷ୍ଟ୍ର ପାଇଁ ମଧ୍ୟ ବରାଦ
author img

By

Published : Feb 1, 2023, 3:05 PM IST

ହାଇଦ୍ରାବାଦ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ 2023-24 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ଏଥିରେ ପ୍ରତିବର୍ଷ ପରି ଏକାଧିକ ବିଦେଶୀ ରାଷ୍ଟ୍ର ପାଇଁ ମଧ୍ୟ ବ୍ୟୟବରାଦ ରଖାଯାଇଛି । ଚଳିତ ଥର ବଜେଟରେ ଭୁଟାନ ପାଇଁ ସର୍ବାଧିକ 2400.58 କୋଟି ବ୍ୟୟବରାଦ କରାଯାଇଛି ।

ସେହିପରି ଅନ୍ୟତମ ପଡୋଶୀ ଦେଶ ମରିସସ ପାଇଁ 4 ଶହ 60 କୋଟି, ମିଆଁମାର ପାଇଁ 4ଶହ କୋଟି, ଆଫଗାନିସ୍ତାନ ପାଇଁ 2 ଶହ କୋଟି, ବାଂଲାଦେଶ ପାଇଁ 2 ଶହ କୋଟି , ଶ୍ରୀଲଙ୍କା ପାଇଁ 150 କୋଟି ଓ ମଙ୍ଗୋଲିଆ ପାଇଁ 7 କୋଟିର ଅନୁଦାନ ବରାଦ କରାଯାଇଛି । ପ୍ରତିବର୍ଷ ବଜେଟରେ ବିଦେଶୀ ରାଷ୍ଟ୍ରଙ୍କ ପାଇଁ ଅନୁଦାନ ରାଶି ଘୋଷଣା କରାଯାଇଥାଏ । ଚଳିତଥର ଭୁଟାନ ପାଇଁ ସର୍ବାଧିକ 2400.58 କୋଟି । ଏଥର ମଧ୍ୟ ଇରାନ ଚାବାହାର ବନ୍ଦର ପାଇଁ ୧୦୦ କୋଟି ଘୋଷଣା ହୋଇଛି ।

ଆଜି ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳି ସରକାରର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ପ୍ରାୟ ସମସ୍ତ ବର୍ଗକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହୋଇଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି କରଦାତାଙ୍କୁ ଆଶ୍ବସ୍ତି । 7ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ସମସ୍ତ କରଦାତାକୁ ଆୟକର ଛାଡର ଲାଭ ମିଳିବ । ସେହିପରି କ୍ଷେତ୍ର ଓ୍ବାରୀ ଦେଖବାକୁ ଗଲେ ପୂର୍ବ ଧାରା ସ୍ବରୂପ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସର୍ବାଧିକ 5 ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବବରାଦ କରାଯାଇଛି ।

ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଧନ୍ୟବାଦ ଜଣାଇବା ସହ ବଜେଟକୁ ପ୍ରଶଂସା କରିଛନ୍ତି । ଦେଶ ଅମୃତକାଳ ପାଳନ କରୁଥିବା ବେଳେ ଏହା ପ୍ରଥମ ବଜେଟ । ଏହି ବଜେଟ ଗରିବ, ମଧ୍ୟବିତ୍ତ, କୃଷକ ସମାଜର ଆକାଂକ୍ଷାକୁ ପୂରଣ କରିବା ସହ ବିକଶିତ ଭାରତ ନିର୍ମାଣ ପାଇଁ ଦୃଢ ଭିତ୍ତିଭୂମି ପକାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.