ଜେନେଭା: ୟୁକ୍ରେନ ଉପରେ ଋଷର ଆକ୍ରମଣ ପ୍ରସଙ୍ଗରେ ମିଳିତ ଜାତିସଙ୍ଘ ମାନବାଧିକାର ପରିଷଦରେ ମତଦାନ କରାଯାଇଛି । ଆଜିର ଅନୁଷ୍ଠିତ ଏହି ବୈଠକରେ ୪୭ ଦେଶର ସଦସ୍ୟ ଭୋଟ ଦେଇଛନ୍ତି । ଏଥିମଧ୍ୟରୁ ୩୨ଟି ଦେଶ ୟୁକ୍ରେନ ସପକ୍ଷରେ ଭୋଟ ଦେଇଛନ୍ତି ।
ସେହିପରି ଋଷିଆ ଓ ଇରିଟ୍ରିଆ ଏହା ବିପକ୍ଷରେ ଭୋଟ ଦେଇଛନ୍ତି । ଏଥିସହ ଭାରତ ଭାରତ ସମେତ ୧୩ଟି ଦେଶ ନିରପେକ୍ଷ ରହିଛନ୍ତି । ତେବେ ଋଷିଆ ଉପରେ ବାରମ୍ବାର ଚାପ ପକାଇବା ଲାଗି ବିଶ୍ବ ସମୁଦାୟ ପକ୍ଷରୁ ବାରମ୍ବାର ଏଭଳି ଭୋଟ ବ୍ୟବସ୍ଥା କରାଯାଉଛି ।
ସେହିଭଳି ଭାରତ, ଚୀନ, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ପ୍ରମୁଖ ଦେଶ ନିରପେକ୍ଷ ରହିଛନ୍ତି । ତେବେ ଫ୍ରାନ୍ସ, ଜର୍ମାନୀ, ଜାପାନ, ନେପାଳ, ୟୁକେ ଏବଂ ଆମେରିକା ପ୍ରମୁଖ ଦେଶ ଏହି ମାନବଧିକାର ପରିଷଦରେ ନିଜର ଭୋଟ ଦେଇଛନ୍ତି । ପୂର୍ବରୁ ମଧ୍ୟ ଭାରତ ଦୁଇଟି ଭୋଟ ଦାନ ପ୍ରକ୍ରିୟାରେ ନିରପେକ୍ଷ ରହିଥିଲା ।
ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ଉପରେ ଏକ ଅନ୍ତର୍ଜାତୀୟ ଜାତୀୟ କମିଶନ ଗଠନ ହେବ । ଏହା ସହିତ ଋଷ ବିରୋଧରେ ଅପରାଧିକ ମାମାଲ ଅନୁଯାୟୀ ତଦନ୍ତ ହେବ ବୋଲି ମିଳିତ ଜାତିସଙ୍ଘ ମାନବଧିକାର ପରିଷଦ ବୈଠକରେ କୁହାଯାଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ