ETV Bharat / bharat

ସଂସଦ ଭବନରେ ନନଷ୍ଟପ ବୈଠକ; ପ୍ରଧାନମନ୍ତ୍ରୀ କରିବେ ସବୁ ପ୍ରକଳ୍ପର ସମୀକ୍ଷା - ପ୍ରଧାନମନ୍ତ୍ରୀ କରିବେ ସବୁ ପ୍ରକଳ୍ପର ସମୀକ୍ଷା

କେନ୍ଦ୍ର ମନ୍ତ୍ରୀମଣ୍ଡଳର ପୁନର୍ଗଠନ ଓ ସମ୍ପ୍ରସାରଣ ପରେ ଏବେ ଆକ୍ସନରେ କେନ୍ଦ୍ର ସରକାର । ବିକାଶର ଦୃତ ଗାଡିରେ ବ୍ରେକ ଲଗାଇଥିବା ମହାମାରୀକୁ ଚେକମେଣ୍ଟ ଦେଇ ବିକାଶ ଗାଡିକୁ ନୂଆଦିଲ୍ଲୀରୁ ଗ୍ରାମୀଣ ଭାରତ ପର୍ଯ୍ୟନ୍ତ ଦୃତଗତିରେ ପୁଣିଥରେ ଏନେଇ ଯିବା ପାଇଁ ଆରମ୍ଭ ହୋଇଛି ମେଗା ଯୋଜନା ।

ପ୍ରଧାନମନ୍ତ୍ରୀ କରିବେ ସବୁ ପ୍ରକଳ୍ପର ସମୀକ୍ଷା

author img

By

Published : Aug 7, 2021, 9:11 AM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳର ପୁନର୍ଗଠନ ଓ ସମ୍ପ୍ରସାରଣ ପରେ ଏବେ ଆକ୍ସନରେ କେନ୍ଦ୍ର ସରକାର । ବିକାଶର ଦୃତ ଗାଡିରେ ବ୍ରେକ ଲଗାଇଥିବା ମହାମାରୀକୁ ଚେକମେଣ୍ଟ ଦେଇ ବିକାଶ ଗାଡିକୁ ନୂଆଦିଲ୍ଲୀରୁ ଗ୍ରାମୀଣ ଭାରତ ପର୍ଯ୍ୟନ୍ତ ଦୃତଗତିରେ ପୁଣିଥରେ ଏନେଇ ଯିବା ପାଇଁ ଆରମ୍ଭ ହୋଇଛି ମେଗା ଯୋଜନା । ଆଉ ଏହି ବିକାଶ ଗାଡିର ଡ୍ରାଇଭର ସିଟରେ ଖୋଦ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଗାଡିର ଯାତ୍ରୀ ଅଛନ୍ତି ପୁରା ମନ୍ତ୍ରୀପରିଷଦ ।

ରାଜନୀତି, କୂଟନୀତି, ଆଲୋଚନା ଓ ସମାଲୋଚନା ବିରୋଧୀଙ୍କ କାମ । ବିରୋଧୀଙ୍କ ଅଭିଯୋଗ ଉପରେ ସମୟ ନଷ୍ଟ ନକରି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି କିଭଳି ପୂରଣ ହେବ ତାହା ଧ୍ୟାନ ଦେବାକୁ ଯୋଜନା ହେଇଛି । ନୂଆ ଭାରତ ନିର୍ମାଣର ଶେଷ କେବେ ହେବ । କେବେ ଦେଶର ପୂର୍ଣ୍ଣାଙ୍ଗ ବିକାଶ ସରିବ । ସମସ୍ତ ପ୍ରସଙ୍ଗରେ ପ୍ରସ୍ତୁତ ହୋଇସାରିଛି ପୁରା ବ୍ଲୁ ପ୍ରିଣ୍ଟ । ମନ୍ତ୍ରୀ ମାନେ କଣ କରିବେ କଣ କରିବେ ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇସାରିଛନ୍ତି । ଏବେ କେବଳ ହେବ ବିକାଶ ଆଉ ଦୃତ ବିକାଶ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଂସଦ ଅଡିଟୋରିୟମରେ ଲଗାତାର ୩ ଦିନ ପର୍ଯ୍ୟନ୍ତ ହେବ ଉଚ୍ଚସ୍ତରୀୟ ମନ୍ତ୍ରୀ ପରିଷଦ ବୈଠକ ପ୍ରତ୍ୟେକ ଦିନ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିବେ । ବୈଠକ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ୬ଟାରେ ବସିବ । ଯେଉଁଥିରେ ଦେଶର ସମସ୍ତ ପ୍ରସଙ୍ଗ, ପ୍ରସ୍ତାବ ଓ ସମସ୍ୟା ସମ୍ପର୍କରେ ହେବ ଆଲୋଚନା । ସମସ୍ତ ମନ୍ତ୍ରୀ ନିଜ ନିଜ ମନ୍ତ୍ରଣାଳୟର ପୁରା ତଥ୍ୟ ନେଇ ବୈଠକକୁ ଆସିବାକୁ ନିର୍ଦ୍ଦେଶ ରହିଛି । କେଉଁ ପ୍ରକଳ୍ପର କଣ ରହିଛି ସ୍ଥିତି, କଣ କରିବା ପାଇଁ ରହିଛି ଯୋଜନା । ଏପରିକି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ କଣ କାମ କରିବାକୁ ଯୋଜନା କରିଛି ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତାବ ଓ ସଫଳତା ବିଫଳତା ନେଇ ବୈଠକୁ ଆସିବେ ମନ୍ତ୍ରୀ । ଗୋଟି ଗୋଟି କରି ସବୁ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କରାଇବେ ଅବଗତ ।

ତେବେ ଏମିତି କାହିଁକି ବୈଠକ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ? ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାମାରୀ ବିକାଶ ଗାଡିରେ ଲଗାଇ ଦେଇଛି ବ୍ରେକ । ଯେଉଁ ଲକ୍ଷ୍ୟ ନେଇ ସରକାର କାମ କରୁଥିଲେ କିଛି ନା କିଛି ପ୍ରତିବନ୍ଧକ ସୃଷ୍ଟି ହୋଇଛି ମହାମାରୀ ପାଇଁ । ଏଣିକି କୋଭିଡ କଟକଣା ମଧ୍ୟରେ କିଭଳି ଜୀବନ ଜୀବିକାକୁ ସ୍ବାଭାବିକ କରି ଆଗକୁ ବଢି ହେବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଦେଶର ବୃହତ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଯୋଜନା ହୋଇଛି । ନୂଆ ଯୋଜନା କିଭଳି ତ୍ବରିତ ବେଗରେ ପହଞ୍ଚିବ ଲୋକଙ୍କ ପାଖରେ ତାହା ସୁ-ନିଶ୍ଚିତ କରିବାକୁ ଯୋଜନା ହୋଇଛି । ଏଥିପାଇଁ ମନ୍ତ୍ରୀ ମାନେ ନେବେ ବଡ ଭୂମିକା ।

ସେହିପରି ସରକାର ଗତ ନିର୍ବାଚନ ବେଳେ ଜନତାଙ୍କୁ ଦେଇଥିବା ପ୍ରତିଶୃତିକୁ ମଧ୍ୟ ଧ୍ୟାନରେ ରଖାଯାଇଛି । କେଉଁ ପ୍ରତିଶୃତି ପୂରଣ ହୋଇଛି, କେଉଁ ପ୍ରତିଶୃତି ହୋଇନାହିଁ ତାହାର ପୁରା ତାଲିକା ପ୍ରସ୍ତୁତ ସରିଛି । ସରକାରକୁ ଆହୁରି ଲୋକଭିମୁଖୀ କରିବା ଓ ସମସ୍ତ ସରକାରୀ ଯୋଜନାର ଲାଭ କେମିତି ଜନତା ସିଧା ସଳଖ ସରଳ ଭାବେ ପାଇବେ ତାହାର ରୂପରେଖ ମଧ୍ୟ କରାଯାଇଛି । ଅର୍ଥାତ ଆଗାମୀ ୩ ବର୍ଷ ମଧ୍ୟରେ ସରକାର ବଡ ଲକ୍ଷ୍ୟ ନେଇ କାମ କରିବାକୁ ଯାଉଛନ୍ତି ।

କାରଣ ଗତ ସପ୍ତାହରେ ବସିଥିବା କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଯାଇଛି । ଗତ କ୍ୟାବିନେଟରେ ସରକାର ଦେଶରେ ଏକ ହଜାର ୨୩ଟି ନୂଆ ଫାଷ୍ଟଟ୍ରାକ କୋର୍ଟ ଓ ପୋକ୍ସୋ କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି । ଯାହା ଦେଶର ବିଚାର ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ । ସେହିପରି ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଶକ୍ତି, ଶିଳ୍ପ, ନୂଆ ରେଳଲାଇନ, ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସୀମା ସୁରକ୍ଷା, ପ୍ରତିରକ୍ଷା, ଗବେଷଣା, ସ୍ବାସ୍ଥ୍ୟ, ମହାକାଶ ଜଳଶକ୍ତି ଓ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇ ସରକାର ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ କରିବା ସହ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.