ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ, କୋଳରେ ପୁତୁରା ମୃତଦେହ ଧରି ବାଇକରେ ହସ୍ପିଟାଲ ଗଲେ ଦାଦା

author img

By

Published : Nov 8, 2022, 10:38 AM IST

ମିଳିଲାନି ଆମ୍ବୁଲାନ୍ସ । କୋଳରେ ପୁତୁରା ମୃଦଦେହ ଧରି କାନ୍ଦି କାନ୍ଦି ବାଇକରେ ହସ୍ପିଟାଲ ଗଲେ ଦାଦା । ଅଧିକ ପଢନ୍ତୁ

ମିଳିଲାନି ଆମ୍ବୁଲାନ୍ସ, କୋଳରେ ପୁତୁରା ମୃତଦେହ ଧରି ବାଇକରେ ହସ୍ପିଟାଲ ଗଲେ ଦାଦା
ମିଳିଲାନି ଆମ୍ବୁଲାନ୍ସ, କୋଳରେ ପୁତୁରା ମୃତଦେହ ଧରି ବାଇକରେ ହସ୍ପିଟାଲ ଗଲେ ଦାଦା

ଅମରାବତୀ: ମୃତଦେହ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ମୃତ ପୁତୁରାକୁ କୋହଳ ଧରି କାନ୍ଦି କାନ୍ଦି ବାଇକରେ ଗଲେ ଦାଦା । ସମସ୍ତଙ୍କୁ ବିଚଳତି କଲାପରି ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ମାଚିଲିପାଟନମରୁ । ଏଠାରେ ଜଣେ ବ୍ୟକ୍ତି ଲୁହ ଭିଜା ଆଖିରେ ବାଇକ ଯୋଗେ ନାବାଳକ ପୁତୁରାର ମୃତଦେହ ରାସ୍ତାରେ ନେଉଥିବାର ଦେଖାଯାଇଛି(Uncle shifts nephew's deadbody on bike) । ଏହି ଘଟଣା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ନବୀନ ନାମକ ୧୪ ବର୍ଷୀୟ ଅଷ୍ଟମ ଶ୍ରେଣୀ ଛାତ୍ର ଏକ ସରକାରୀ ସ୍କୁଲରେ ପାଠ ପଢୁଥିଲେ । ଗତ ରବିବାର ଦିନ ନବୀନ ନିଜ ସାଙ୍ଗମାନଙ୍କ ସହ ମିଶି ମାଙ୍ଗିନାପୁଡି ବେଳାଭୂମିକୁ ଗାଧୋଇବା ପାଇଁ ଯାଇଥିଲେ । ସମୁଦ୍ରରେ ଗୋଧୋଇବା ସହ ଅସାବଧାନତାବଶତଃ ନାବାଳକ ଜଣକ ଭାସି ଯାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନିଖୋଜ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: UGC NET ପରୀକ୍ଷାରେ ୯୯ ପ୍ରତିଶତ ରଖିଲେ ପଶ୍ଚିମବଙ୍ଗର ଭିନ୍ନକ୍ଷମ ଝିଅ ପିୟାଷା

ଏହାପରେ ସୋମବାର ସକାଳେ ସମୁଦ୍ର କୂଳରୁ ନବୀନଙ୍କ ମୃତଦେହ ଠାବ ହୋଇଥିଲା । ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମୁଦ୍ର କୂଳରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ । ହେଲେ ସେମାନେ ଏଥିପ୍ରତି ଧ୍ୟାନ ନ ଦେବାରୁ ବାଧ୍ୟହୋଇ ମୃତକଙ୍କ ଦାଦା ବାଇକ ଯୋଗେ ମୃତଦେହ ବୋହିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ବାଇକରେ ପୁତୁରାର ମୃତଦେହ ଧରି ଯାଉଥିବାର କେହି ଜଣେ ଫଟୋ ଉତ୍ତୋଳନ କରିଥିଲେ, ଯାହାକି ବର୍ତ୍ତମାନ ସାମ୍ନାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ସ୍ତ୍ରୀର ଚରିତ୍ର ସନ୍ଦେହ, ଦେଢ ବର୍ଷର ଝିଅକୁ ଡ୍ୟାମରେ ଫିଙ୍ଗି ମାରିଲା ବାପା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.