ETV Bharat / bharat

Unacademyରେ ଶିକ୍ଷକଙ୍କୁ ଛଟେଇ, ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ - ବିବାଦରେ ଅନଏକାଡେମୀ

ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଅନଏକାଡେମୀ କରୁଛି ଟ୍ୟୁଟରଙ୍କ ଛଟେଇ । ଏହାକୁ ନେଇ ଲର୍ଣ୍ଣିଂ ପ୍ଲାଟଫର୍ମ ବିବାଦ ଘେରକୁ ଆସିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

Unacademyରେ ଶିକ୍ଷକଙ୍କୁ ଛଟେଇ
Unacademyରେ ଶିକ୍ଷକଙ୍କୁ ଛଟେଇ
author img

By

Published : Aug 18, 2023, 10:49 PM IST

ହାଇଦ୍ରାବାଦ: ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଅନଏକାଡେମୀ (Unacademy)ରେ ଚାଲିଛି ଛଟେଇ । ଏହି ଏଜୁକେସନାଲ ପ୍ଲାଟଫର୍ମର ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କୁ ଭୋଟ୍‌ ଦେବା ଲାଗି କୁହାଯାଉଛି । ଆଉ ଯେଉଁ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଭାଗ୍ୟରେ କମ ଭୋଟ ପଡୁଛି, ସେମାନଙ୍କୁ ସଂସ୍ଥାର ତଡ଼ି ଦେଉଛି ଅନଏକାଡେମୀ । କରନ ସଙ୍ଗୱାନ ଛାତ୍ରଛାତ୍ରୀଙ୍କୁ ଭୋଟ ଲାଗି କହୁଥିବାର ଏକ ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ଶିକ୍ଷିତ ବ୍ୟକ୍ତିଙ୍କ ବିରୋଧରେ ଭୋଟିଂକୁ ନାପସନ୍ଦ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।

X ସାଇଟର ଜଣେ ୟୁଜର କପିଲ ଏ ନେଇ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, " @unacademy ଏହାର ଟ୍ୟୁଟରଙ୍କୁ ବିତାଡ଼ିତ କରିବା ଲାଗି ଏକ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଛି । ଏ ନେଇ ସବସ୍କ୍ରାଇବର୍ସ ବା ଛାତ୍ରଛାତ୍ରୀଙ୍କୁ ଭୋଟ୍‌ ଦେବା ଲାଗି କହୁଛି । ଏହାପରେ ଶିକ୍ଷିତ ବ୍ୟକ୍ତିଙ୍କ ହାତରୁ ବୃତ୍ତି ଛଡ଼ାଇ ନିଆଯାଉଛି । ତେବେ ଭାରତବର୍ଷରେ ମୋଦି ସରକାରରେ କିପରି ଏହା ହେଉଛି ?" ଏହାସହିତ ସେ ଅନଏକାଡେମୀକୁ ଅନଇନଷ୍ଟଲ କରିବା ହ୍ୟାସଟ୍ୟାଗ୍‌ ଅନଏକାଡେମୀ ଲେଖି ନିଜ ଟ୍ବିଟ ମାଧ୍ୟମରେ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଏହା ବି ପଢନ୍ତୁ- Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

ଏହି ଘଟଣା ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା କୌଣସି ଅପରାଧଠୁ କମ ନୁହେଁ । ଜଣେ ଶିକ୍ଷିତ ବ୍ୟକ୍ତି ବିରୋଧରେ ଏପରି ଭୋଟ୍‌ କରିବା ଅପରାଧିକ କାର୍ଯ୍ୟ । ଯଦି ଜଣେ ଅଶିକ୍ଷିତ ତାକୁ ମୁଁ ସମ୍ମାନ ଜଣାଇବି । ହେଲେ ଜଣେ ଜନ ପ୍ରତିନିଧି କେବେ ବି ଅଶିକ୍ଷିତ ହୋଇପାରିବ ନାହିଁ । ଏହା ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ । ଏଣୁ ଜଣେ ଅଶିକ୍ଷିତ ଜନ ପ୍ରତିନିଧି କେବେ ବି ଆଧୁନିକ ଭାରତ ଗଠନ କରିପାରିବେ ନାହିଁ ।"

  • क्या पढ़े लिखे लोगों को वोट देने की अपील करना अपराध है? यदि कोई अनपढ़ है, व्यक्तिगत तौर पर मैं उसका सम्मान करता हूँ। लेकिन जनप्रतिनिधि अनपढ़ नहीं हो सकते। ये साइंस और टेक्नोलॉजी का ज़माना है। 21वीं सदी के आधुनिक भारत का निर्माण अनपढ़ जनप्रतिनिधि कभी नहीं कर सकते। https://t.co/YPX4OCoRoZ

    — Arvind Kejriwal (@ArvindKejriwal) August 17, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠାଉଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ସେ ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଜଣେ ଟ୍ବିଟର ୟୁଜର ରୋଶନ ରାଏ କହିଛନ୍ତି, "ଅନଏକାଡେମୀରେ ଯେଉଁ ଶିକ୍ଷକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ବର ଉଠାଇଛନ୍ତି, ସେମାନଙ୍କୁ ଅଶିକ୍ଷିତ କୁହାଯାଇ ବିତାଡିତ କରିଛି ଅନଏକାଡେମୀ । କରଣ ସଙ୍ଗୱାନ ଜଣେ ଲୋକପ୍ରିୟ ଶିକ୍ଷକ । ତାଙ୍କର ଏପରି ସ୍ଥିତିକୁ ଆମେ ସହଜରେ ଗ୍ରହଣ କରିପାରିବୁ ନାହିଁ । ଏଥିଲାଗି ସମସ୍ତେ #UninstallUnacademy ଟ୍ବିଟ୍‌ କରନ୍ତୁ । ସେମାନଙ୍କୁ ଜନତାର ଶକ୍ତି ଦେଖାନ୍ତୁ ।" ଅନଏକାଡେମୀ ବିରୋଧରେ ଏପରି ଅଭିଯୋଗ ହେଉଥିବା ବେଳେ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

  • For all those wondering why #UninstallUnacademy is trending, let me break it into simple words for you.

    A law educator at Unacademy , a few days ago urged his students to vote only for educated leaders , he did not even name anyone.

    Unacademy today fired that teacher because… pic.twitter.com/dHPBNNQtlZ

    — Roshan Rai (@RoshanKrRaii) August 17, 2023 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.