ETV Bharat / bharat

Umesh Pal Murder Case: ମୁଖ୍ୟ ଅଭିଯୁକ୍ତ ଅତିକ ସହଯୋଗୀ ଘରେ ବୁଲିଲା ବୁଲଡୋଜର - ଯୋଗୀ ସରକାର

ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଅତିକ୍‌ର ସହଯୋଗୀ ଘରେ ଉପରେ ପୁଣି ବୁଲିଲା ବୁଲଡୋଜର । ଅଧିକ ପଢନ୍ତୁ

Umesh Pal Murder Case
Umesh Pal Murder Case
author img

By

Published : Mar 3, 2023, 5:20 PM IST

Updated : Mar 3, 2023, 5:36 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ହତ୍ୟା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଫିଆ-ରାଜନେତା ଅତିକ ଅହମ୍ମଦର ସହଯୋଗୀଙ୍କ ଘର ଉପରେ ବୁଲାଇଛନ୍ତି ବୁଲଡୋଜର । ପ୍ରୟାଗରାଜ ବିକାଶ ପ୍ରାଧୀକରଣ ବୁଲଡୋଜର ଲଗାଇ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ଅତିକ୍‌ର ସହଯୋଗୀ ମସୁଫଉଦ୍ଦିନ ପ୍ରଧାନର ଘର ଭାଙ୍ଗିଛନ୍ତି । ଏହି ୨ ମହଲା ବିଶିଷ୍ଟ ଘରର ମୂଲ୍ୟ ୩କୋଟି ବୋଲି କୁହାଯାଉଛି । ଘର ଭାଙ୍ଗିବା ଲାଗି ୩ଟି ଜେସିବି ନିୟୋଜିତ ହୋଇଛି । ଘର ନିର୍ମାଣ ପାଇଁ ପ୍ରୟାଗରାଜ ବିକାଶ ପ୍ରାଧୀକରଣଠାରୁ ଅନୁମତି ନନେଇଥିବାରୁ ଏହି ଘର ଭଙ୍ଗାଯାଉଥିବା ପ୍ରଶାସନ କହିଛି ।

୨୦୦୫ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଅତିକ୍‌ ଓ ତାର ଭାଇ ଗତ ୨୪ ତାରିଖରେ ଉମେଶଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଗତ ଫେବୃଆରୀ ୨୪ ତାରିଖରେ ଆଡଭୋକେଟ ଉମେଶ ପାଲ କାମ ସାରି ଘରକୁ ଫେରୁଥିବା ବେଳେ ହତ୍ୟାକାରୀମାନେ ପୂର୍ବ ପ୍ରସ୍ତୁତି ଅନୁସାରେ ତାଙ୍କୁ ଛକି ରହିଥିଲେ । ସେ କାରରୁ ଓହ୍ଲାଇବା ମାତ୍ରେ ଆଖିପିଛୁଳାକେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଉମେଶ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅତିକ୍‌, ପତ୍ନୀ ଓ ତାର ପୁଅ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟାକାଣ୍ଡରେ ମସୁଫଉଦ୍ଦିନର ସମ୍ପୃକ୍ତି ରହିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ପୂର୍ବରୁ ମସୁଫଉଦ୍ଦିନ ଗାଁ ମୁଖିଆ ରହିଥିବା ବେଳେ ଏବେ ତାର ପତ୍ନୀ ମୁଖିଆ ରହିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ ନେଇ ତାର ଘର ଭଙ୍ଗାଯାଉଥିବା ଆଶଙ୍କ କରାଯାଉଛି ।

ଏହା ବି ପଢନ୍ତୁ- Umesh Pal murder case: ଗ୍ୟାଙ୍ଗଷ୍ଟାର ଘରେ ବୁଲିଲା ବୁଲଡୋଜର

ଉମେଶ ପାଲ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ମଧ୍ୟ ସାମନାକୁ ଆସିଛି । ଏହି ସିସିଟିଭି ଫୁଟେଜରେ ଅତିକ୍‌ର ସହଯୋଗୀ ଗୁଡୁକୁ ବୋମା ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ଉମେଶଙ୍କ ହତ୍ୟାକାରୀ ସହଜରେ ଗୁଳିମାଡ଼ କରି ସେଠାରୁ ପଳାୟନ କରିବା ଉଦ୍ଦେଶ୍ୟରେ ଗୁଡୁ ଗୋଟିଏ ପରେ ଗୋଟିଏ ବୋମା ଫିଙ୍ଗିଥିଲା । ଫଳରେ ଉକ୍ତ ସ୍ଥାନରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ଉମେଶଙ୍କ ଉପରେ ଗୁଳିମାଡ଼ କରି ହତ୍ୟାକାରୀମାନେ ସହଜରେ ଖସି ପଳାଇଥିଲେ ।

ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ସମସ୍ତ ହତ୍ୟାକାରୀଙ୍କ ଉପରେ ଉତ୍ତରପ୍ରଦେଶ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କ ଘର ଉପରେ ଚଲାଇଛି ବୁଲଡୋଜର । ମାର୍ଚ୍ଚ ପହିଲାରେ ଅତିକ୍‌ର ସହଯୋଗୀ ଜାଫର ଅହମ୍ମଦ ଘରେ ପୋଲିସ ବୁଲଡୋଜର ଚଲାଇ ତାର ଘରକୁ ଭାଙ୍ଗିଥିଲା । ଏହାପରେ ଆଜି ଗୁଡୁ ଘର ଉପରେ ବୁଲିଛି ବୁଲଡୋଜର । ଏହାସହ ଉମେଶଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅପରାଧୀ ଗୁଲାମ ମେହଦୌରୀଙ୍କ ଘରକୁ ମଧ୍ୟ ବୁଲଡୋଜର ଦ୍ବାରା ଭଙ୍ଗାଯାଇଛି ।

ଏହା ବି ପଢନ୍ତୁ- Umesh Pal Murder: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ CCTV ଭିଡିଓ

ସାମନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଗୁଲାମ ପାଖ ଗ୍ରସୋରୀ ଦୋକାନରୁ ଜିନିଷ କିଣିବା ବାହାନାରେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳରେ ପୂର୍ବରୁ ଉପସ୍ଥିତ ଥିଲା । ଯେତେବେଳେ ଅନ୍ୟ ଅପରାଧୀମାନେ ଆଡଭୋକେଟ ଉମେଶଙ୍କ ଉପରେ ଗୁଳିମାଡ଼ କରିଥିଲେ ସେ ମଧ୍ୟ ଗୁଳି ଚାଳନା କରିଥିଲା । ସୂଚନା ଥାଉ କି ଉମେଶ ପାଲ ହତ୍ୟାକାଣ୍ଡ ଗୁଜୁରାଟ ସାବରମତୀ ଜେଲରେ ଥିବା ମାଫିଆ ଅତିକ ଅହମ୍ମଦର ଷଡ଼ଯନ୍ତ୍ର ବୋଲି ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡରେ ତଦନ୍ତ ଲାଗି ଅତିକକୁ ଗୁଜୁରାଟରୁ ଉତ୍ତରପ୍ରଦେଶକୁ ରିମାଣ୍ଡରେ ଆଣିବ ପୋଲିସ । ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ଭୟରେ ଅତିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

ଉମେଶ ପାଲ ହତ୍ୟା ଘଟଣାରେ ପୋଲିସ ପୂର୍ବରୁ ଜଣେ ମାଫିଆକୁ ଏନକାଉଣ୍ଟର କରି ସାରିଛି । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଏନକାଉଣ୍ଟର କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯେହେତୁ ଉତ୍ତରପ୍ରଦେଶ ପୋଲିସ ଅତିକ୍‌କୁ ତଦନ୍ତ ଲାଗି ଗୁଜୁରାଟରୁ ରିମାଣ୍ଡରେ ଆଣୁଛି, ଏଥିଲାଗି ଅତିକ୍‌କୁ ଏନକାଉଣ୍ଟର ଭୟ ଘାରିଛି । ଫଳରେ ସେ ସୁରକ୍ଷା ଲାଗି ଅତିକ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

Last Updated : Mar 3, 2023, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.