ETV Bharat / bharat

ୟୁରୋପୀୟ ସଂସଦକୁ ସମ୍ବୋଧନବେଳେ ଭାବପ୍ରବଣ ହେଲେ ଜେଲେନସ୍କି, କହିଲେ ମାତୃଭୂମିର ସୁରକ୍ଷା ପାଇଁ ଲଢୁଛୁ

ୟୁରୋପୀୟ ସଂସଦକୁ ସମ୍ବୋଧିତ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଲେ ୟୁକ୍ରେନୀୟମାନେ ନିଜ ମାତୃଭୂମିର ସ୍ବାଧୀନତା ପାଇଁ ଲଢେଇ କରୁଛନ୍ତି, ସେମାନଙ୍କୁ କେହି ଭାଙ୍ଗି ପାରିବେ ନାହିଁ । ଅଧିକ ପଢନ୍ତୁ

ୟୁରୋପୀୟ ସଂସଦକୁ ସମ୍ବୋଧିତ କଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ ଆମକୁ କେହି ଆମକୁ ଭାଙ୍ଗି ପାରିବେନି

author img

By

Published : Mar 1, 2022, 9:31 PM IST

ବ୍ରୁସେଲ୍ସ : ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ୬ଷ୍ଠ ଦିନରେ ପହଞ୍ଚିଥିବାବେଳେ ଆଜି ୟୁରୋପୀୟ ସଂସଦକୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି । ଆଜି (ମଙ୍ଗଳବାର) ୟୁରୋପୀୟ ସଂସଦ ଅଧିବେଶନକୁ ଭର୍ଚ୍ଚୁଆଲି ସମ୍ବୋଧିତ କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବର୍ତ୍ତମାନ ଜାରି ରହିଥିବା ସଙ୍କଟ ନେଇ ବେଶ ଭାବପ୍ରବଣ ବାର୍ତ୍ତା ରଖିଛନ୍ତି ।

ଜେଲେନସ୍କି କହିଥିଲେ, ବର୍ତ୍ତମାନ ଋଷ ସେନା ଦ୍ବାରା ୟୁକ୍ରେନର ସମସ୍ତ ପ୍ରମୁଖ ସହର ଅବରୋଧ କରାଯାଇଛି । ତଥାପି ୟୁକ୍ରେନ ହାର ମାନିନାହିଁ, ନିଜ ମାତୃଭୂମି ଓ ସ୍ବାଧୀନତା ପାଇଁ ଲଢେଇ ଜାରି ରଖିଛି । ଆମେ ୟୁକ୍ରେନୀୟମାନେ ମାଟିର ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମେ ୟୁକ୍ରେନୀୟ ଆମର ସ୍ବାଧୀନତା ପାଇଁ ଲଢେଇ ଜାରି ରଖିବୁ, ଆମକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଥିବା ସଫଳ ହେବେ ନାହିଁ ବୋଲି ମଧ୍ୟ ସେ କହିଥିଲେ ।

ସେହିପରି ଋଷ ସାମରିକ ଅପରେସନ ବେଳେ ସାଧାରଣ ନାଗରିକ ଓ ୟୁକ୍ରେନର ବିଭିନ୍ନ ସହର ଓ ଜନବସତି ଅଞ୍ଚଳରେ ବ୍ୟାପକ ଆକ୍ରମଣ କରିଛି । ଏଥିରେ ଅନେକ ସାଧାରଣ ୟୁକ୍ରେନୀୟ ମଧ୍ୟ ପ୍ରାଣ ହରାଇ ସାରିଲେଣି । ଋଷର ଏପରି ବର୍ବରତା ମାନବାଧିକାରର ଉଲଙ୍ଘନ ବୋଲି ଦର୍ଶାଇଥିଲେ ଜେଲେନସ୍କି ।

ଗତ ସପ୍ତାହରେ ଆରମ୍ଭ ହୋଇଥିବା ଋଷର ସାମରିକ ଅପରେସନ ୟୁକ୍ରେନର ପ୍ରାୟ ହଜାରରୁ ଉର୍ଦ୍ଧ୍ବ ସାଧାରଣ ନାଗରିକ ପ୍ରାଣ ହରାଇ ଲାରିଲେଣି । ସେହିପରି ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମଧ୍ୟ ୟୁକ୍ରେନ ସୀମା ଦେଇ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ଦେଶଛାଡି ଅନ୍ୟତ୍ର ପଳାୟନ କରିସାରିଲେଣି । ତେବେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିଛି ଋଷ ସେନା । ଏପରି ସ୍ଥଳେ ୟୁକ୍ରେନ ମଧ୍ୟ ସମସ୍ତ ଶକ୍ତି ଖଟାଇ ଲଢେଇ ଜାରି ରଖିଛି । ଦୁଇ ପକ୍ଷ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲେ ସୁଦ୍ଧା ଆଶାନୁରୂପକ ଫଳାଫଳ ଆସିପାରିନାହିଁ । ଯାହା ଯୁଦ୍ଧର ଅନିଶ୍ଚିତତାକୁ ଆହୁରି ବୃଦ୍ଧି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.