ETV Bharat / bharat

ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ଦେବାକୁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଦାବି - ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ଆନ୍ଦୋଳନ

ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହେଲେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ । ଅପରେସନ ଗଙ୍ଗା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ଦେବାକୁ କଲେ ଦାବି । ଅଧିକ ପଢନ୍ତୁ

ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ଦେବାକୁ ଦାବିରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଆନ୍ଦୋଳନ

author img

By

Published : Apr 17, 2022, 9:17 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତକୁ ପ୍ରତ୍ୟାବର୍ତ୍ତନ ପରେ ସେମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି, ତେଣୁୁ ସେମାନଙ୍କୁ ଭାରତୀୟ ଡାକ୍ତରୀ ଶିକ୍ଷାନୁଷ୍ଠାନର ନାମଲେଖା ସୁଯୋଗ ଦେବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ଭୀଷଣ ଯୁଦ୍ଧ ମଧ୍ୟରେ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇବା ପାଇଁ କେନ୍ଦ୍ର ସରକାର କରିଥିବା ‘ଅପରେସନ ଗଙ୍ଗା’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି । ୟୁକ୍ରେନରେ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢୁଥିବା ପ୍ରାୟ 12 ହଜାର ଭାରତୀୟ ଛାତ୍ର ସ୍ବଦେଶ ଫେରିଥିଲେ । ସମାନଙ୍କ ମଧ୍ୟରୁ ପ୍ରାୟ ମସସ୍ତଙ୍କୁ ଅପରେସନ ଗଙ୍ଗା ଜରିଆରେ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲେ ଭାରତ ସରକାର ।

ତେବେ ସେଠାରୁ ଫେରିବା ପରେ ସେମାନଙ୍କ ପାଠପଢା ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ଏପରି ସମୟରେ ସେମାନଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସୁଯୋଗ ଦେବାକୁ ସେମାନେ ଆନ୍ଦୋଳନ ଆରମ୍ଭ କଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.