ETV Bharat / bharat

ୟୁକ୍ରେନର ନିବେଦନ, ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଟଳିପାରିବ ଯୁଦ୍ଧ - ଋଷର ୟୁକ୍ରେନ ଆକ୍ରମଣ

ଭାରତକୁ ନେଇ ବେଶ ଆଶାବାଦୀ ୟୁକ୍ରେନ । ଭାବବିହ୍ବଳ ହୋଇ ନିବେଦନ କରି ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଲେ ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ କଥା ହେବାକୁ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରଦୂତ । ଅଧିକ ପଢନ୍ତୁ

ୟୁକ୍ରେନର ନିବେଦନ, ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଟଳିପାରିବ ଯୁଦ୍ଧ

author img

By

Published : Feb 24, 2022, 4:41 PM IST

ନୂଆଦିଲ୍ଲୀ: ଋଷର ପ୍ରଚଣ୍ଡ ଆକ୍ରମଣରେ ଅସ୍ତବ୍ୟସ୍ତ ୟୁକ୍ରେନ । ଆଜିର ଆକ୍ରମଣ ପରେ ସାରା ୟୁକ୍ରେନରେ ଭୟାବହ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପଶ୍ଚିମ ରାଷ୍ଟ୍ରମାନଙ୍କ ଠାରୁ ନିରନ୍ତର ସହଯୋଗ ଓ ସହାୟତା ଆଶା କରୁଥିବା ୟୁକ୍ରେନ ମଧ୍ୟ ବେଶ ଆଶାର ସହ ଭାରତ ଠାରୁ ତୁରନ୍ତ ସହଯୋଗ ଚାହିଁଛି । ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଜି ବେସ ଭାବପ୍ରବଣ ଭାବେ ଭାରତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ ପାଇଁ ଆକୂଳ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ବେସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନକୁ ଭାରତର ଜରୁରୀ ସହଯୋଗର ଶକ୍ତ ଆବଶ୍ୟକତା ରହିଛି । ଭାରତ ପକ୍ଷରୁ ୟୁକ୍ରେନ ଦୃଢ ସ୍ବର ଆଶା କରୁଛି । ବର୍ତ୍ତମାନ ବିଶ୍ବଶାନ୍ତି ଦିଗରେ ଭାରତ ଏକ ପ୍ରମୁଖ ସଦସ୍ୟ ଭାବେ ଭୂମିକା ଗ୍ରହଣ କରିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ନେତା ଭାବେ ସାମ୍ନାକୁ ଆସିଛନ୍ତି । ମୋଦି ଏହି ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହୁଅନ୍ତୁ ବୋଲି ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ।

ସେ କହିଛନ୍ତି ଭାରତ ସହ ଋଷର ସୁସମ୍ପର୍କ ରହିଛି । ରଣନୈତିକ ସମ୍ପର୍କରେ ମଧ୍ୟ ଦୁଇ ଦେଶ ବେସ ସହଯୋଗୀ ଭାବେ କାର୍ଯ୍ୟ କରିଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୁଅନ୍ତି, ତେବେ କିଛି ସକରାତ୍ମକ ଫଳାଫଳ ଆସିବା ନେଇ ୟୁକ୍ରେନ ବେଶ ଆଶାବାଦୀ ରହିଛି ।

କେବଳ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ପାଇଁ ନୁହେଁ, ବରଂ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ମଧ୍ୟ ଭାରତ ଅଭିଯାନ ହାତକୁ ନେଉ । ଏବେ ମଧ୍ୟ ସେଠାରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକ ଅଛନ୍ତି । ସେମାନଙ୍କ ସୁରକ୍ଷା ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ତ୍ବରିତ ପଦକ୍ଷେପ ଗ୍ରହଣ କରୁ ବୋଲି ମଧ୍ୟ କହିଛନ୍ତି ୟୁକ୍ରେନ ରାଷ୍ଟ୍ରଦୂତ ।

ଅନ୍ୟ ଏକ କ୍ରମରେ ରାଷ୍ଟ୍ରଦୂତ ଇଗୋର ପୋଲିଖା ସମ୍ବୋଧିତ କରିବା ସମୟରେ ବେଶ ଭାବପ୍ରବଣ ନଜର ଆସିଥିଲେ । ଭାରତ ଠାରୁ କିଛି ସକରାତ୍ମକ ପଦକ୍ଷେପ ଆଶାରେ ୟୁକ୍ରେନ ଥିବା ବେଳେ ସେ ମଧ୍ୟ ଭାରତୀୟ ଇତିହାସ, ମହାଭାରତ ଓ ଅନ୍ୟ ପୁରାଣ ସମ୍ପର୍କରେ ଯୁଦ୍ଧନୀତି, ଶାନ୍ତି ପ୍ରତିଷ୍ଠା ନେଇ ମଧ୍ୟ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଭାରତ କୌଣସି ନିର୍ଦ୍ଦିଷ୍ଟ ପକ୍ଷଭୁକ୍ତ ହୋଇନଥିବା ବେଳେ ନିରପେକ୍ଷ ଭାବେ ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନାକୁ ବାଛନ୍ତୁ ବୋଲି କହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.