ETV Bharat / bharat

U'khand Rains: ଉତ୍ତରାଖଣ୍ଡ ଜଳପ୍ରଳୟ, ମିଳିଲା ୧୨ ପର୍ବତାରୋହୀଙ୍କ ମୃତଦେହ

ଉତ୍ତରାଖଣ୍ଡ ଜଳପ୍ରଳୟ । ଆଜି(ଶନିବାର) ନିଖୋଜ ଥିବା ୨୨ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

U'khand rains: ୧୨ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର

author img

By

Published : Oct 23, 2021, 1:20 PM IST

Updated : Oct 23, 2021, 1:39 PM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଜଳପ୍ରଳୟ । ଏହି ବିପର୍ଯ୍ୟୟରେ ଲମଖାଗା ନିକଟରେ ୨ଟି ପର୍ବତାରୋହୀ ଗ୍ରୁପ ନିଖୋଜ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୨ ପର୍ବତାରୋହୀଙ୍କ ମୃତଦେହକୁ ଶନିବାର ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ଜଳପ୍ରଳୟ ସୃଷ୍ଟି ହୋଇଥିଲା ।

ଉତ୍ତରାଖଣ୍ଡର ହରଶିଲ ଅଞ୍ଚଳରେ ଏବେ ମଧ୍ୟ ୧୧ ଜଣ ପର୍ବତାରୋହୀ ନିଖୋଜ ରହିଛନ୍ତି । ଏହି ଅଞ୍ଚଳରୁ ୭ ଜଣ ପର୍ବତାରୋହୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେପଟେ ଏବେ ମଧ୍ୟ ୨ ପର୍ବତାରୋହୀ ନିଖୋଜ ରହିଛନ୍ତି । ତେବେ ଏ ସମ୍ପର୍କରେ ଉତ୍ତରାଖଣ୍ଡ DGP ଅଶୋକ କୁମାର ସୂଚନା ଦେଇଛନ୍ତି । ଡିଜିପିଙ୍କ କହିବାନୁସାରେ ଆଉ ୧୧ ଜଣିଆ ପର୍ବତାରୋହୀ ଦଳ ମଧ୍ୟ ନିଖୋଜ ରହିଛନ୍ତି । ଏହି ଦଳ ମଧ୍ୟରୁ ୫ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ୨ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି ।

ଏହା ବି ପଢନ୍ତୁ: ଉତ୍ତରାଖଣ୍ଡରେ ଜଳପ୍ରଳୟ; ଘର ଭୁଶୁଡି ୩ ମୃତ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦି

ମୋଟ ୨୨ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୨ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୬ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ଓ ୪ ଜଣ ଏବେ ନିଖୋଜ ରହିଛନ୍ତି । ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ୩୨ ଜଣ ITBP ଅଧିକାରୀଙ୍କୁ ମୁତୟନ କରାଯାଇଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜ ଅକ୍ଟୋବର ମାସର ଦରମାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(CMRF)କୁ ଦାନ କରିବେ ବୋଲି ଗତକାଲି(ଶୁକ୍ରବାର) ଘୋଷଣା କରିଛନ୍ତି ।

@ANI

Last Updated : Oct 23, 2021, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.