ETV Bharat / bharat

କୋରୋନା କଟକଣା, ଉତ୍ତରାଖଣ୍ଡରେ ବିବାହ ଉତ୍ସବରେ 200 ଜଣଙ୍କୁ ଅନୁମତି

author img

By

Published : Apr 13, 2021, 4:32 PM IST

ଉତ୍ତରାଖଣ୍ଡରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ରାଜ୍ୟରେ କରୋନା କଟକଣା ଜାରି କରିଛନ୍ତି । ଅଧିକ ପଢନ୍ତୁ...

ବିବାହ ଉତ୍ସବରେ 200 ଲୋକଙ୍କୁ ଅନୁମତି
ବିବାହ ଉତ୍ସବରେ 200 ଲୋକଙ୍କୁ ଅନୁମତି

ଡେରାଡୁନ: ଉତ୍ତରାଖଣ୍ଡରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ରାଜ୍ୟରେ କୋରୋନା କଟକଣା ଜାରି କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଭିତରେ ବିବାହ ଉତ୍ସବ ପାଳନ କରିବା ସହିତ 200 ଜଣଙ୍କୁ ବିବାହରେ ସାମିଲ ହେବାକୁ ଅନୁମତି ମିଳିଛି ।

ଏନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । କୋରୋନା ମୁକାବିଲା ପାଇଁ ଡେରାଡୁନରେ ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସେହିପରି ଆସନ୍ତା ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଡେରାଡୁନ ହାଲ୍ଡଓ୍ବାନି ଏବଂ ହରିଦ୍ବାରରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଗତ ସୋମବାର ରାଜ୍ୟରେ 1,334 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 10 ହଜାର 146ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7846 କୋରୋନା ସକ୍ରିୟ ମାମଲା ରହିଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଶନିବାର ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ରାଜ୍ୟ କ୍ୟାବିନେଟରେ ଆଲୋଚନା କରିଛନ୍ତି । ଦେଶରେ ଏବେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.