ETV Bharat / bharat

ଭାରତକୁ ଅମ୍ଳଜାନ ଜେନେରେଟର ଓ 1000 ଭେଣ୍ଟିଲେଟର ପଠାଇଲା ୟୁକେ

author img

By

Published : May 8, 2021, 1:21 PM IST

ଭାରତ ଏବେ କୋରୋନା ମହାମାରୀ ଭଳି ମହାସଙ୍କଟ ଦେଇ ଗତି କରୁଛି । ତେବେ ଦେଶରେ ଏବେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ବ୍ରିଟେନ, ଭାରତକୁ ସହଯୋଗ ଲାଗି ଶୁକ୍ରବାର ଦିନ ଉତ୍ତର ଆୟରଲ୍ୟାଣ୍ଡରୁ ବିଶ୍ୱର ସର୍ବବୃହତ କାର୍ଗୋ ବିମାନରେ ୧୮ଟନ୍‌ ଅକ୍ସିଜେନ୍‌ ଏବଂ ଏକ ହଜାର ଭେଣ୍ଟିଲେଟର ପଠାଇଛି ।

ବିଶ୍ୱର ବୃହତ୍ତମ ବିମାନରେ ଭାରତକୁ 3 ଅମ୍ଳଜାନ ଜେନେରେଟର, 1000 ଭେଣ୍ଟିଲେଟର ପଠାଇଲା ୟୁକେ

ନୂଆଦିଲ୍ଲୀ: ଭାରତ ଏବେ କୋରୋନା ମହାମାରୀ ଭଳି ମହାସଙ୍କଟ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ବିଶ୍ବର ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି । ତେବେ ଦେଶରେ ଏବେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ବ୍ରିଟେନ, ଭାରତକୁ ସହଯୋଗ ଲାଗି ଶୁକ୍ରବାର ଦିନ ଉତ୍ତର ଆୟରଲ୍ୟାଣ୍ଡରୁ ବିଶ୍ୱର ସର୍ବବୃହତ କାର୍ଗୋ ବିମାନରେ ୧୮ଟନ୍‌ ଅକ୍ସିଜେନ୍‌ ଏବଂ ଏକ ହଜାର ଭେଣ୍ଟିଲେଟର ପଠାଇଛି । ଏନେଇ ବ୍ରିଟେନ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଯୋଗାଣ ପାଇଁ ଅର୍ଥ ପ୍ରଦାନ କରିଥିବା ଫରେନ, କମନୱେଲଥ ଆଣ୍ଡ ଡେଭଲପମେଣ୍ଟ ଅଫିସ (ଏଫସିଡିଓ) କହିଛି ଯେ, ବିମାନ ବନ୍ଦରକର୍ମଚାରୀମାନେ ଶୁକ୍ରବାର ରାତିସାରା କଠିନ ପରିଶ୍ରମ କରି ବିଶାଳ ଆଣ୍ଟୋନୋଭ 124 ବିମାନରେ ଜୀବନ ରକ୍ଷାକାରୀ କିଟ୍ ବା ଔଷଧ ଲୋଡ୍ କରିଥିଲେ । ଯାହା ଆଜି(ଶନିବାର) ସକାଳ 8ଟାରେ ଦିଲ୍ଲୀରେ ପହଞ୍ଚିବା ପେର ଭାରତୀୟ ରେଡ କ୍ରସ୍ ଜରିଆରେ ସବୁ ଡାକ୍ତରଖାନାକୁ ଏହି କିଟ୍ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବାର ଯୋଜନା କରାଯାଇଛି ।

ତେବେ ତିନୋଟି ଅକ୍ସିଜେନ ଉତ୍ପାଦନ ୟୁନିଟ୍ ମଧ୍ୟରୁ 40 ଫୁଟ ମାଲ ପରିବହନ ପାତ୍ରର ଆକାରରେ ପ୍ରତି ମିନିଟରେ 500 ଲିଟର ଅକ୍ସିଜେନ ଉତ୍ପାଦନ ହେବ, ଯାହା ଏକ ସମୟରେ 50 ଜଣଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, "ଏହି ମହାମାରୀର ମୁକାବିଲା ପାଇଁ ବ୍ରିଟେନ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଆମେ ଭାରତକୁ ଯଥାସମ୍ଭବ ସହଯୋଗ କରିବୁ ବୋଲି ଆୟରଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଗତ ମାସରେ ବ୍ରିଟେନରୁ ଭାରତକୁ 200 ଭେଣ୍ଟିଲେଟର ଏବଂ 495 ଅମ୍ଳଜାନ କନ୍ସନଟ୍ରେଟର ପଠାଯାଇଥିବା, ଯାହା FCDO ଦ୍ୱାରା ମଧ୍ୟ ଆର୍ଥିକ ଅନୁଦାନ ପ୍ରାପ୍ତ । ଦେଶ ଏବେ କୋରୋନା ମହାମାରୀର ଏକ ଦ୍ୱିତୀୟ ଲହରୀ ଦେଇ ଗତି କରୁଛି, ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଏବଂ ସାମଗ୍ରୀର ଅଭାବ ଦେଖାଦେଇଛି। ଏନେଇ ବ୍ରିଟେନ ସହ ବିଶ୍ବର ଅନେକ ଦେଶ ଭାରତର ଏଭଳି ସଙ୍କଟ ସମୟରେ ସେମାନଙ୍କ ଷ୍ଟକରୁ ସହାୟତା କରି ମାନବିକତାର ପରିଚୟ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.