କିଭ: ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବାବେଳେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ପରି ଖବର ସାମ୍ନାକୁ ଆସିଛି । ୟୁକ୍ରେନ ରାଜଧାନୀ କିଭରେ ଅଚାନକ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଆଜି କିଭରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରିଛନ୍ତି । ସମଗ୍ର ୟୁରୋପ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ପ୍ରଥମ ନେତା ଭାବେ ଜେଲେନସ୍କିଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ଆଲୋଚନା କରିଛନ୍ତି ବୋରିସ । ଉଭୟଙ୍କ ଭେଟ ନେଇ ବ୍ରିଟେନରେ ଅବସ୍ଥାପିତ ୟୁକ୍ରେନୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି ସୂଚନା ମଧ୍ୟ ଦିଆଯାଇଛି ।
-
Surprise 😉 pic.twitter.com/AWa5RjYosD
— Embassy of Ukraine to the UK (@UkrEmbLondon) April 9, 2022 " class="align-text-top noRightClick twitterSection" data="
">Surprise 😉 pic.twitter.com/AWa5RjYosD
— Embassy of Ukraine to the UK (@UkrEmbLondon) April 9, 2022Surprise 😉 pic.twitter.com/AWa5RjYosD
— Embassy of Ukraine to the UK (@UkrEmbLondon) April 9, 2022
ବୋରିସ୍ ଜନସନ ଓ ଜେଲେନସ୍କିଙ୍କ ମଧ୍ୟରେ ଏକ ଏକକ ବୈଠକ ଚାଲିଥିବାର ଏକ ଫଟେ ମଧ୍ୟ ଗଣମାଧ୍ୟମକୁ ଆସିଛି । ଉଭୟ ଏକ ଗ୍ରାଣ୍ଡ ହଲରେ ସାମ୍ନାସାମ୍ନି ବସିଥିବା ସହ ଆଲୋଚନା କରୁଥିବା ନଜର ଆସିଛନ୍ତି । ଉଭୟ ପକ୍ଷର ଅନ୍ୟ କେହି ପ୍ରତିନିଧି ମଧ୍ୟ ଉକ୍ତ ହଲରେ ଉପସ୍ଥିତ ନାହାନ୍ତି । ଜନସନ ଏକ ଗାଢା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏବଂ ଜେଲେନସ୍କି ପୂର୍ବପରି ଖାକି ରଙ୍ଗର ପୋଷାକରେ ଅଛନ୍ତି । ଉଭୟ ନେତା ଗମ୍ଭୀର ଭାବେ ଆଲୋଚନା ମୁଦ୍ରାରେ ରହିଥିବା ଫଟୋରେ ଦେଖିବାକୁ ମିଳିଛି ।
ୟୁକ୍ରେନର ପ୍ରତିରକ୍ଷା ସମର୍ଥନରେ ବ୍ରିଟେନ ଆରମ୍ଭରୁ ଏକ ଅଗ୍ରଣୀ ସହଯୋଗୀ ଭାବେ ରହି ଆସିଛି । ଜନସନ ଯୁଦ୍ଧ ବିରୋଧୀ ମିଳିତ ମଞ୍ଚର ଜଣେ ପ୍ରଭାବୀ ରାଷ୍ଟ୍ରମୁଖ୍ୟ ଭାବେ ପ୍ରଥମରୁ ଋଷ ବିରୋଧୀ ଆଭିମୁଖ୍ୟକୁ ଦୃଢ କରିବାରେ ଲାଗିଛନ୍ତି । ପୂର୍ବରୁ ମଧ୍ୟ ୟୁକ୍ରେନକୁ ଏକାଧିକ ସାମରିକ ସହୟତା ଓ ଅନ୍ତର୍ଜାତୀୟ ସମୁଦାୟରେ କୂଟନୈତିକ ସମର୍ଥନ ଯୋଗାଇ ଆସିଛି ବ୍ରିଟେନ । ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ ସିଧା କିଭ ଗସ୍ତ କରି ଜେଲେନସ୍କିଙ୍କୁ ଭେଟିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ