ETV Bharat / bharat

ବଢିଛି ମହାକାଳଙ୍କ ଦାନ ରାଶି, ପୂର୍ବ ବର୍ଷ ଅପେକ୍ଷା ୨ ଗୁଣା ଅଧିକା - ମହାକାଳେଶ୍ବର ମନ୍ଦିର

ବର୍ଷକୁ ବର୍ଷ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ବେଳେ ସେହି ତୁଳନାରେ ବୃଦ୍ଧି ପାଇଛି ଦାନ ରାଶି । ପୂର୍ବ ବର୍ଷ ଅପେକ୍ଷା ୨ ଗୁଣା ଅଧିକା ଦାନ ରାଶି ସଂଗ୍ରହ କରାଯାଇଛି । ଜାଣନ୍ତୁ କେତେ

mahakal temple
mahakal temple
author img

By

Published : Feb 2, 2023, 1:07 PM IST

ଭୋପାଳ: ଦିନକୁ ଦିନ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଭକ୍ତଙ୍କ ତୁଳନାରେ ମନ୍ଦିରରେ ଦାନ ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦୨୧ ମସିହାରୁ ୨୦୨୨ ମସିହାରେ ଦାନ ରାଶି ୨ ଗୁଣରୁ ଅଧିକା ସଂଗ୍ରହ କରାଯାଇଛି । ୨୦୨୧ ମସିହାରେ ସମୁଦାୟ 22 କୋଟି 13 ଲକ୍ଷ ଦାନ ରାଶି ସଂଗ୍ରହ କରାଯାଇଥିବା ବେଳେ ୨୦୨୨ରେ 46 କୋଟି 51 ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି ।

ଦାନରୁ ଆୟ ବୃଦ୍ଧି: ପ୍ରତିଦିନ ମହାକାଳଙ୍କ ଦର୍ଶନ ପାଇବା ପାଇଁ ୬୦ରୁ ୭୦ ହଜାର ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ଗତ ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର, ରବିବାର ଏବଂ ସୋମବାର ଦିନ ମନ୍ଦିରରେ ଅଧିକ ପରିମାଣରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଜାନୁଆରୀ ୭ରୁ ୯ ତାରିଖ ମଧ୍ୟରେ ସମୁଦାୟ ୭୮ ଲକ୍ଷ ୬୬ ହଜାର ଟଙ୍କା ଦାନ ରାଶି ସଂଗୃହିତ କରାଯାଇଛି । ସେହିପରି ଡିସେମ୍ବର 31ରୁ ଜାନୁୟାରୀ 2 ପର୍ଯ୍ୟନ୍ତ ପ୍ରସାଦରୁ ସର୍ବାଧିକ ଆୟ 2କୋଟି 58 ଲକ୍ଷ ସଂଗ୍ରହ ହୋଇଛି । ଡିସେମ୍ବର ଏବଂ ଜାନୁୟାରୀ ମାସରେ ମୋଟ ଆୟ 2 କୋଟି 73 ଲକ୍ଷରୁ ଅଧିକ ଏବଂ ପ୍ରସାଦରୁ ମୋଟ ଆୟ 4 କୋଟି 60 ଲକ୍ଷରୁ ଅଧିକ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Siddique Kappan Release: ଦୁଇ ବର୍ଷ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ

ମହାକାଳ ମନ୍ଦିରରେ ବୃଦ୍ଧି ପାଇଲା ଦାନ ରାଶି: ମହାକାଳ ମନ୍ଦିର ପ୍ରଶାସକ ସନ୍ଦୀପ ସୋନିଙ୍କ କହିବା ଅନୁସାରେ, "11 ଅକ୍ଟୋବର ପରଠାରୁ ଦାନରେ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି । କ୍ରମାଗତ ଭାବେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆୟର ପରିମାଣ ମଧ୍ୟ ବୃଦ୍ଧି ହେଉଛି । ୨୦୨୧ ମସିହାରେ ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ ୧୪ କୋଟି ଟଙ୍କାର ଦାନ ରାଶି ସଂଗ୍ରହ କରାଯାଇଥିଲା ।

ସେହି ତୁଳନାରେ ୨୦୨୨ ମସିହା ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ 22.50 କୋଟି ଟଙ୍କା ଦାନ ସଂଗ୍ରହ କରାଯାଇଛି । ଏଥିରେ ଶୀଘ୍ର ଦର୍ଶନ, ନନ୍ଦୀ ହଲ୍, ପୂଜା, ବିଭିନ୍ନ ଉପହାର ବାକ୍ସରୁ ଦାନ ଅନ୍ତର୍ଭୁକ୍ତ ରହିଛି । ୨୦୨୧ ମସିହାରେ ସମୁଦାୟ 22 କୋଟି 13 ଲକ୍ଷ ଦାନ ରାଶି ସଂଗ୍ରହ କରାଯାଇଥିବା ବେଳେ ୨୦୨୨ରେ 46 କୋଟି 51 ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ସାରା ଭାରତବର୍ଷରେ ମହାକାଳଙ୍କ ଲଡୁ ଭୋଗ ବେଶ ପ୍ରସିଦ୍ଧ ଅଟେ । ଅକ୍ଟେୋବର ମାସ ପୂର୍ବରୁ ମନ୍ଦିରରେ ୨୫ରୁ ୩୦ କ୍ବିଣ୍ଟାଲ ଲଡୁ ବିକ୍ରି ହେଉଥିଲା । ତେବେ ବର୍ତ୍ତମାନ ଏହାର ପରିମାଣରେ ବୃଦ୍ଧି ହୋଇ ୭୦ କ୍ବିଣ୍ଟାଲ ଲଡୁ ବିକ୍ରି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.