ETV Bharat / bharat

ସାଇବର କାଫେରୁ ଆଧାରକାର୍ଡ ବାହାର କରୁଥିଲେ ସାବଧାନ !

author img

By

Published : May 30, 2022, 7:59 AM IST

ଆଧାର ସଂସ୍ଥା (UIDAI)ସମସ୍ତ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ସାର୍ବଜନୀନ କମ୍ପ୍ୟୁଟରରୁ ଆଧାର ଡାଉନଲୋଡ କରୁଥିବାବେଳେ ନାଗରିକମାନେ ବିଶେଷ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଆଲର୍ଟ କରାଯାଇଛି । ଅଧିକ ପଢ଼ନ୍ତୁ

UIDAI issues alert on aadhar card
ସାଇବର କାଫେରୁ ଆଧାରକାର୍ଡ ବାହାର କରୁଥିଲେ ସାବଧାନ!

ନୂଆଦିଲ୍ଲୀ: ଆଧାର ସଂସ୍ଥା (UIDAI)ସମସ୍ତ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ସାର୍ବଜନୀନ କମ୍ପ୍ୟୁଟରରୁ ଆଧାର ଡାଉନଲୋଡ କରୁଥିବାବେଳେ ନାଗରିକମାନେ ବିଶେଷ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଆଲର୍ଟ କରାଯାଇଛି । ଏଥିସହ ଆଧାର କାର୍ଡ ପ୍ରିଣ୍ଟ କିମ୍ବା ସଫ୍ଟ କପି ନେବା ପରେ କମ୍ପ୍ୟୁଟରରୁ ଆଧାରର କପି ପରମାନେଣ୍ଟ ଡିଲିଟ କରିବାକୁ ପରାମର୍ଶ ଦିଆଯାଇଛି ।

UIDAI ତାର ଟ୍ବିଟର ଆକାଉଣ୍ଟରେ ଚେତାବନୀ ଦେଇଛି । ଏଥିରେ କୁହାଯାଇଛି ଯେ, ଯଦି ଆପଣ ଏକ ସାର୍ବଜନୀନ କମ୍ପ୍ୟୁଟର କିମ୍ବା ସାଇବର କାଫେରୁ ଆଧାରର କପି ଡାଉନଲୋଡ କରନ୍ତି,ତେବେ କାର୍ଯ୍ୟ ସରିବା ପରେ ଆଧାର ସମ୍ପର୍କିତ ସମସ୍ତ ତଥ୍ୟକୁ ସେଥିରୁ ଡିଲିଟ କରିଦିଅନ୍ତୁ । ଭାରତୀୟ ପରିଚୟ ପ୍ରାଧିକରଣ ତଥା ୟୁଆଇଡିଏଆଇ (UIDAI) ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ଚେତାବନୀ ଜାରି କରିଛି । ନିକଟରେ ଲୋକଙ୍କ ଆଧାରର ଅପବ୍ୟବହାର ହେବାର ଅନେକ ଘଟଣା ସାମନାକୁ ଆସିଛି ।

ବର୍ତ୍ତମାନ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଶର ଅଧିକାଂଶ ଅତ୍ୟାବଶ୍ୟକ ସେବା ପାଇଁ ବାଧ୍ୟତାମୂଳକ । ଅପରପକ୍ଷେ UIDAI କହିଛି ଆଧାରର ସମ୍ପୂର୍ଣ୍ଣ କପି ପରିବର୍ତ୍ତେ ମାସ୍କ୍‌ଡ ଆଧାର କାର୍ଡ (Masked aadhar card) ବ୍ୟବହାର କରିବା ଉଚିତ । ଏହା UIDAI ସାଇଟରୁ ଡାଉନଲୋଡ ହୋଇପାରିବ ଏବଂ ଆପଣଙ୍କ ଆଧାରର ସମ୍ପୂର୍ଣ୍ଣ 12 ଅଙ୍କ ବିଶିଷ୍ଟ ନମ୍ବର ପରିବର୍ତ୍ତେ କେବଳ ଶେଷ ଚାରି ଅଙ୍କ ଦେଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.