ETV Bharat / bharat

କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ରୋଟରେ କଟି UCADA ଅଧିକାରୀଙ୍କ ମୃତ୍ୟୁ

author img

By

Published : Apr 23, 2023, 7:29 PM IST

କେଦାରନାଥ ଧାମରେ ଅଘଟଣ । ହେଲିକପ୍ଟର ରୋଟରେ କଟି UCADA ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

official dies being hit by helicopter rotor blades in kedarnath
କେଦାରନାଥରେ UCADA ଅଧିକାରୀଙ୍କ ମୃତ୍ୟୁ

ଡେରାଡୁନ: ଚାରିଧାମ ଯାତ୍ରା ଆରମ୍ଭରୁ କେଦାରନାଥରେ ବଡ଼ ଅଘଟଣ । ହେଲିକପ୍ଟର ରୋଟରେ ବେକ କଟି UCADA ଅଧିକାରୀଙ୍କ ମୃତ୍ୟୁ ଘଟିଛି । ହେଲିକପ୍ଟରର ପଛପଟେ ଲାଗିଥିବା ରୋଟରେ ଲାଗି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଅର୍ଥିକ ନିୟନ୍ତ୍ରକ ଅମିତ ସୈନିଙ୍କ ମୃତ୍ୟୁ ଘଟିଛି । ଏନେଇ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂ ରାଜବାର ସୂଚନା ଦେଇଛନ୍ତି । ରବିବାର ଅପରାହ୍ନ ସମୟରେ ଏହି ଅଘଟଣ ଘଟିଛି ।

ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨.୧୫ ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ରୋଟରେ ତାଙ୍କ ବେକ କଟିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । କେଦାରନାଥ ଧାମରେ ଯାତ୍ରା ବ୍ୟବସ୍ଥାର ଯାଞ୍ଚ କରିବାକୁ UCADAର ଏକ ଟିମ୍‌ ଯାଇଥିଲେ । କ୍ରିଷ୍ଟଲ ଆଉିଏସନ ହେଲିକପ୍ଟରରେ ସେ କେଦାରନାଥ ଧାମ ଅଭିମୁଖେ ବାହାରିଥିଲେ । ସେଠାରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ ପରେ ଅମିତ ସୈନି ଓହ୍ଲାଉଥିଲେ । ସେଥିରୁ ଓହ୍ଲାଇବା ସମୟରେ ହେଲିକପ୍ଟରର ପଛପଟ ରୋଟର ସହ ଧକ୍କା ହୋଇଥିଲା । ଫଳରେ ତାଙ୍କ ମୁଣ୍ଡ କଟି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ସୂଚନା ପାଇ ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଏବଂ କାହା ଅବହେଳାରେ ଏତେ ବଡ଼ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏଥିସହ କ୍ରିଷ୍ଟଲ ଆଭିଏସନ ହାଲିକପ୍ଟରର ମଧ୍ୟ ଯାଞ୍ଚ କରାଯିବ । ଏହାପରେ ଘଟଣାର କାରଣ ଜଣାପଡ଼ିବ ।

ଅନ୍ୟପକ୍ଷରେ, ହେଲିକପ୍ଟର ଅବତରଣ ପରେ ପଛପଟ ରୋଟର ବନ୍ଦ ନକରିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ଯାହା ଏକ ବଡ଼ ଅବହେଳା । ଆସନ୍ତା ୨୫ ତାରିଖରୁ କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁଃଖଦାୟକ । ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ପୂର୍ବେ କେଦାରନାଥରେ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି କିଛି ବର୍ଷ ତଳେ ହେଲିକପ୍ଟରର ରୋଟରରେ ମୁଣ୍ଡ କଟି ଜଣେ ହେଲି ସେବା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉକି, ଆସନ୍ତା ୨୫ ତାରିଖରୁ କେଦାରନାଥ ଯାତ୍ରା ଆରମ୍ଭ ହେବ । ଗତ ୨୨ ତାରିଖରୁ ଗଙ୍ଗୋତ୍ରି ଏବଂ ଯମୁନୋତ୍ରି ଯାତ୍ରା ଆରମ୍ଭ ହୋଇଛି । ସେହିପରି ଆସନ୍ତା ୨୭ ତାରିଖରୁ ବଦ୍ରିନାଥ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.