ETV Bharat / bharat

ମଦ୍ୟପାନ କରି ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର, ୨ ଯୁବକ ଗିରଫ

author img

By

Published : Jan 9, 2023, 12:05 PM IST

ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଅଜବ କାଣ୍ଡ । ମଦ୍ୟପାନ କରି ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର ତିନି ଯୁବକ । ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

Youths Arrested from Patna Airport for Assaulting

ପାଟନା: ମଝି ଆକାଶରେ ଉଡୁଥିଲା ବିମାନ । ମଦ୍ୟପାନ କରି ଇଣ୍ଡିଗୋ ବିମାନରେ ହଙ୍ଗାମା କଲେ ତିନି ମଦ୍ୟପ ଯାତ୍ରୀ । ଦିଲ୍ଲୀରୁ ପାଟନା (Delhi to Patna flight) )ଉଡାଣ ଆରମ୍ଭ କରିଥିବା ଇଣ୍ଡିଗୋ ବିମାନରେ ତିନି ଜଣ ଯାତ୍ରୀ ମଦ୍ୟପାନ କରି କ୍ୟାପେଟନକୁ ମାଡ ମାରିବା ସହ ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲେ । ପାଟନାରେ ବିମାନଟି ଅବତରଣ କରିବା ପରେ ପରେ ତିନି ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E 6383(Indigo Flight 6E 6383) ପାଟନା ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ । କିନ୍ତୁ ବିମାନଟି ପାଟନାରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ହଙ୍ଗାମା କରିଥିଲେ ୩ ମଦ୍ୟପ ଯୁବକ । ବିମାନ ମଧ୍ୟରେ ଥିବା କ୍ୟାପେଟନକୁ ମାଡ ମାରିବା ସହ ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ । ଫଳରେ ଏଥିରେ ଅତିଷ୍ଠ ହୋଇପଡିଥିଲେ ବିମାନରେ ବସିଥିବା ଯାତ୍ରୀଙ୍କ ସହ କ୍ରୁ ମେମ୍ବର । ରାତି ପ୍ରାୟ ୧୦ ସମୟରେ ପାଟନାରେ ବିମାନ ଅବତରଣ କରିବା ପରେ ତିନି ମଦ୍ୟପ ଯୁବକଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଥିଲା ।

ଜଣେ ଯାତ୍ରୀ ଫେରାର: ବିମାନରେ ହଙ୍ଗାମା କରିଥିବା ୩ ଯୁବକଙ୍କ ମଧ୍ୟରୁ ପିଣ୍ଟୁ ନାମକ ଜଣେ ମଦ୍ୟପ ଯୁବକ ବିମାନରୁ ଫେରାର ହୋଇଯାଇଥିଲେ । ଫଳରେ ୨ ଜଣ ଯାତ୍ରୀ ନୀତିନ କୁମାର ଏବଂ ରୋହିତ କୁମାରଙ୍କୁ CISF ଦ୍ବାରା ଗିରଫ କରାଯାଇଥିଲା । ଗିରଫ ଉଭୟ ଯାତ୍ରୀ ପ୍ରଥମେ ନିଜକୁ ରାଜନେତାଙ୍କ ପରିଚୟ ଦେବାକୁ ଚେଷ୍ଟା କରୁଥିବା ବେଳେ ପରେ ନିଜକୁ ସାମ୍ବାଦିକ ପରିଚୟ ଦେଇଥିଲେ । କିନ୍ତୁ ସିଆଇଏସ୍ଏଫ୍ ଉଭୟ ଯାତ୍ରୀଙ୍କୁ ଗିରଫ କରିଥିଲା ।

ଗିରଫ ହୋଇଥିବା ଦୁଇ ଯୁବକ ହେଉଛନ୍ତି ବିହାରର ହାଜିପୁରର ବାସିନ୍ଦା । ଉଭୟ ବିମାନ ବନ୍ଦରରେ ପହଞ୍ଚିବା ପରେ ମଦ୍ୟପାନ କରିଥିଲେ ନା ନାହିଁ ତାହା ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ପୋଲିସ ଷ୍ଟେସନ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ବିମାନବନ୍ଦରରୁ ଖସି ପଳାଇଥିବା ପିଣ୍ଟୁ କୁମାରଙ୍କୁ ସ୍ଥାନୀୟ ପୋଲିସ ଖୋଜୁଛି । ଯୁବକଙ୍କ ପରିଚୟ ମଧ୍ୟ ମିଳିଯାଇଛି ।

ନିକଟରେ ବିମାନରେ ଯାତ୍ରୀ ମାନେ ବହୁ ଅଜବ କାଣ୍ଡ ଘଟାଉଥିବା ଖବର ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ବିମାନରେ ଜଣେ ମହିଲା ଯାତ୍ରୀଙ୍କ ଉପରେ ଅନ୍ୟ ଜଣେ ଯାତ୍ରୀ ପରିସ୍ରା କରିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପୁରୁଷ ଯାତ୍ରୀ ଶଙ୍କର ମିଶ୍ରା (Accused Shankar Mishra Arrested)ଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.