ETV Bharat / bharat

କୋରୋନାର କରୁଣ କାହାଣୀ; ପରିବା ମାର୍କେଟରେ ବାପାଙ୍କୁ ଶ୍ରାଦ୍ଧ ଦେଲେ ଦୁଇ ଝିଅ

author img

By

Published : Apr 20, 2021, 3:25 PM IST

କୋରୋନା କେତେ କ୍ରୁର ହୋଇପାରେ ତାହାର ଏକ ଚିତ୍ର ଛତିଶଗଡରୁ ଆସିଛି । ପରିବା ମାର୍କେଟରେ କୋରୋନାରେ ପ୍ରାଣ ହରାଇଥିବା ବାପାଙ୍କୁ ଶ୍ରାଦ୍ଧ ଦେଲେ ଦୁଇ ଝିଅ । ଅଧିକ ପଢନ୍ତୁ...

କୋରୋନାର କରୁଣ କାହାଣୀ; ପରିବା ମାର୍କେଟରେ ପିତାକୁ ଶ୍ରାଦ୍ଧ ଦେଲେ ଦୁଇ ଉଭଣୀ

ରାୟପୁର: କୋରୋନା କେତେ କ୍ରୁର ହୋଇପାରେ ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ଛତିଶଗଡରେ କୋରୋନାର ମହାତାଣ୍ଡବ ରଚୁଥିବା ବେଳେ ପୁଣି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳୁଛି । ଛତିଶଗଡରେ କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ହୋଇପଡିଛି । ସଂକ୍ରମିତ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟାରେ ବ୍ରେକ ଲାଗୁନି । ଫଳରେ ହସ୍ପିଟାଲର ଶବଗୃହରେ ମୃତଦେହ ରଖିବାକୁ ସ୍ଥାନ ମିଳୁନି । ଏପରିକି ଅନ୍ତିମ ସଂସ୍କାର ପାଇଁ ଜାଗା ଟିଏ ନାହିଁ । ଏହାରି ଭିତରେ ଆଉ ଏକ ଚିତ୍ର କୋରୋନାର କରୁଣ କାହାଣୀ କହୁଛି ।

କୋରୋନାରେ ଆକ୍ରାନ୍ତ ହୋଇ ବାପାଙ୍କ ଦେହାନ୍ତ ପରେ ପରିବା ମାର୍କେଟରେ ଶ୍ରାଦ୍ଧ ଦେଉଛନ୍ତି ଦୁଇ ଭଉଣୀ । ନୱାପର ପରିବା ମାର୍କେଟରେ 14 ଓ 19 ବର୍ଷୀୟ ଦୁଇ ଝିଅ ନିଜ ବାପାଙ୍କ ସ୍ମୃତିରେ ଶ୍ରାଦ୍ଧ ଦେଇଛନ୍ତି । ଏପ୍ରିଲ 9 ତାରିଖରେ କୋରୋନାରେ ବାପାଙ୍କୁ ହରାଇଛନ୍ତି । ଘରେ କୌଣସି ଭାଇ ନଥିବାରୁ ଦୁଇ ଉଭଣୀ ଶ୍ରାଦ୍ଧ ଦେଇଛନ୍ତି ।

ଛତିଶଗଡରେ କୋରୋନା ମାରାତ୍ମକ ହୋଇପଡିଛି । ପ୍ରତ୍ୟେକ ଦିନ ବିଭିନ୍ନ ଘାଟରେ କୋରୋନାରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଉଛି ।ସୂଚନାଯୋଗ୍ୟ,ବର୍ତ୍ତମାନ ସୁଦ୍ଧା ଛତିଶଗଡର ରାୟପୁରରେ 1632 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.