ETV Bharat / bharat

ରକ୍ଷକ ସାଜିଲା ଭକ୍ଷକ, ୨ ମହିଳାଙ୍କୁ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ

author img

By

Published : Apr 2, 2023, 10:29 PM IST

ଷ୍ଟେସନରେ ୨ ମହିଳାଙ୍କୁ ଯବାନମାନେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ । ଉତ୍ତରପ୍ରଦେଶ ଲକ୍ଷ୍ମୀବାଈ ରେଲୱେ ଷ୍ଟେସନରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Two Women Raped in Train
Two Women Raped in Train

ଲକ୍ଷ୍ନୌ: ଭାରତୀୟ ଯବାନଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ୩ ଯବାନ ଉତ୍ତରପ୍ରଦେଶ ବିରାଙ୍ଗନା ମହାରାଣୀ ଲକ୍ଷ୍ମୀ ବାଈ ରେଲୱେ ଷ୍ଟେସନରେ ୨ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ । ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଜିଆରପି ଟିମ୍‌ ଅଭିଯୁକ୍ତ ଯବାନ ଓ ପୀଡ଼ିତାଙ୍କୁ ହେପାଜତକୁ ନେଇଛି । ସେମାନଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି କହିଛି ପୋଲିସ । ସେପଟେ ମହିଳା ୨ ଜଣ ବଗି ମଧ୍ୟକୁ ପ୍ରବେଶ କରି ମୋବାଇଲ ଚୋରି କରୁଥିବା ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ ଯବାନ ।

ଲକ୍ଷ୍ମୀବାଈ ରେଲୱେ ଷ୍ଟେସନରେ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଟ୍ରେନରେ ରବିବାର ସନ୍ଧ୍ୟା ବେଳେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । ପୀଡିତା ଦ୍ବୟ ୧୧୨କୁ କଲ୍‌ କରି ଯବାନ ବିରୋଧରେ ଅଭିଯୋଗ କରିବା ସହ ସାହାଯ୍ୟ ମାଗିଥିଲେ । କଲ୍‌ ମିଳିବା ମାତ୍ର ଜିଆରପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏହାସହିତ ମାମଲା ଗମ୍ଭୀର ହୋଇଥିବାରୁ ଭାରତୀୟ ସେନା ଅଧିକାରୀଙ୍କୁ ମଧ୍ୟ ଏ ନେଇ ସୂଚିତ କରାଯାଇଛି । ସେନାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗରେ ବିଜେପି ଶୋଭାଯାତ୍ରା ଉପରକୁ ପଥରମାଡ, ଏକାଧିକ ଆହତ

ପୀଡ଼ିତାଙ୍କ କହିବାନୁସାରେ ସେମାନେ ଜଣେ ଯବାନଙ୍କୁ ଚିହ୍ନିଥିଲେ, ଯିଏକି ତାଙ୍କୁ ଏଠାକୁ ଆଣି ଆସିଥିଲା । ସେପଟେ ଯବାନମାନେ ଅଭିଯୋଗ କରିଛନ୍ତି ଯେ ଏହି ୨ ମହିଳା ସେମାନଙ୍କ ବଗି ମଧ୍ୟକୁ ପ୍ରବେଶ କରି ପ୍ରଥମେ ମୋବାଇଲ ଚୋରି କରିଥିଲେ । ସେମାନେ କୌଣସି ଦୁଷ୍କର୍ମ କରିନଥିବା କହିଛନ୍ତି । ସେପଟେ ଏନେଇ ଜିଆରପି ସିଓ ମୋ. ନଈମ ମଂସୁରୀ କହିଛନ୍ତି , "୨ ମହିଳା ଫୋନ ଯୋଗେ କହିଥିଲେ ଯେ ସେମାନେ କୌଣସି ସମ୍ପର୍କୀୟଙ୍କୁ ଭେଟିବା ଲାଗି ଷ୍ଟେସନ ଆସିଥିଲେ । ଏହାପରେ ତାଙ୍କ ନିକଟକୁ ଜଣେ ଅଜଣା ବ୍ୟକ୍ତି ଆସି ଫୋନ ମାଗିଥିଲେ । ଏହାପରେ ମହିଳା ଉକ୍ତ ବ୍ୟକ୍ତିଙ୍କୁ ଫୋନ ଦେଇଥିଲେ । ସେମାନେ ଯବାନ ଥିଲେ ବୋଲି ମହିଳା କହିଥିଲେ । ୨ ଜଣ ମହିଳା ଉକ୍ତ ୩ ଜଣ ଯବାନମାନଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଘଟଣାସ୍ଥଳରୁ ୨ ଜଣ ଯବାନଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି । ସେନା ଅଧିକାରୀ ମଧ୍ୟ ଘଟଣାର ଯାଞ୍ଚ ଲାଗି ଜିଆରପି ଥାନାରେ ପହଞ୍ଚିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.