ETV Bharat / bharat

ଘାଟିରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଟପ୍‌ ଆତଙ୍କୀ କମାଣ୍ଡର ନିପାତ

author img

By

Published : Aug 23, 2021, 8:15 PM IST

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ମୃତ ଆତଙ୍କୀ ଆବାସ ଶେଖ ଲସ୍କରର ଟପ କମାଣ୍ଡର ଥିଲା । ସେହିପରି ଅନ୍ୟ ଜଣେ ଆତଙ୍କୀ ସାକିବ ମଞ୍ଜୁର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଘାଟିରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ୨ ଟପ୍‌ ଆତଙ୍କୀ କମାଣ୍ଡର ନିପାତ

ଶ୍ରୀନଗର: ଘାଟିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଜମ୍ମୁ କାଶ୍ମୀର ଶ୍ରୀନଗରସ୍ଥିତ ବଟମାଲୁରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି ।

ଏନକାଉଣ୍ଟରରେ ମୃତ ଆତଙ୍କୀ ଆବାସ ଶେଖ ଲସ୍କରର ଟପ କମାଣ୍ଡର ଥିଲା । ସେହିପରି ଅନ୍ୟ ଜଣେ ଆତଙ୍କୀ ସାକିବ ମଞ୍ଜୁର ବୋଲି ଜଣାପଡିଛି । ଏମାନେ ସାଧାରଣ ଲୋକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ ।

ଏହାପୂର୍ବରୁ ଜମ୍ମୁ କାଶ୍ମୀରର ଅବନ୍ତିପୁରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ନାଗବେରନ ତ୍ରାଳ ଅଞ୍ଚଳର ଜଙ୍ଗଲରେ ହୋଇଥିବା ଏହି ଗୁଳିବିନମୟରେ ୩ ଆତଙ୍କୀ ନିପାତ ହୋଇଥିଲେ । ଏମାନେ ସମସ୍ତେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ଥିବା ଜଣାପଡିଥିଲା ।

ମଙ୍ଗଳବାର ଘାଟିରେ ଗୁପକାର ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାର ଅଛି । ଏହି ବୈଠକରେ ଜମ୍ମୁ ଓ କାଶ୍ମୀରର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏହାରି ମଧ୍ୟରେ ଆତଙ୍କୀ କାର୍ଯ୍ୟକଳାପ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.