ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡରେ 2ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । 2ଟି ପୃଥକ ସ୍ଥାନରେ ବିସ୍ଫୋରଣ ସହିତ ଗୁଳିବିନିମୟରେ 2 ଯବାନ ଶହୀଦ ହୋଇଛନ୍ତି । ସେହିପରି ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।
ମାଓଦମନ ଅପରେସନ ସମୟରେ ଏପରି ଘଟିଥିବା କୁହାଯାଉଛି । ନାରାୟଣପୁର କୁତୁଲ ଓ ସୋନପୁର ଅଞ୍ଚଳରେ ଏପରି ଘଟିଛି । ସେପଟେ ଗୁରୁତର ଯବାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି(ବୁଧବାର) ଦିନ 11ଟାରେ ପ୍ରଥମ ଆଇଡି ବ୍ଲାଷ୍ଟ ହୋଇଥିବାବେଳେ ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ ।
ପରେ ଅନ୍ୟ ଏକ ସ୍ଥାନରେ ଗୁଳିବିନିମୟ ସମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ସେହିପରି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ