ETV Bharat / bharat

ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Oct 10, 2023, 3:34 PM IST

ଉତ୍ତର ପ୍ରଦେଶରେ ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ପୋଲିସର ତନାଘନା ଜାରି । ଅଧିକ ପଢ଼ନ୍ତୁ

two sisters murdered by slitting throats

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା । ଘର ଭିତରୁ ଦୁଇ ଉଭଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କଲା ପୋଲସି । ଏଭଳି ହତ୍ୟାକାଣ୍ଡ ଘଟିଛି ଇଟାୱା ଜିଲ୍ଲାର ବାଲାଇ ଅଞ୍ଚଳରେ । ଘରେ କେହି ନଥିବା ସମୟରେ ଦୁଇ ଭଉଣୀଙ୍କ ଗଳାକାଟି ହତ୍ୟା କରାଯାଇଛି । ତେବେ କିଏ ଓ କାହିଁକି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

10 ମିନିଟ ମଧ୍ୟରେ ଘଟିଛି ହତ୍ୟାକାଣ୍ଡ: ବଲରଇ ଅଞ୍ଚଳର ବାହାଦୁରପୁର ଗାଁର ଜୟବୀରଙ୍କର ତିନିଝିଅ ଏବଂ ଚାରି ପୁଅ ଅଛନ୍ତି । ଜୟବୀର, ତାଙ୍କ ପତ୍ନୀ ଏବଂ ପୁଅ ରବିବାର ସନ୍ଧ୍ୟାରେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଘରେ ତାଙ୍କ ତିନି ଝିଅ ଅଞ୍ଜଳି (18), ସୁରବି(7) ଏବଂ ରୋଶନି(5) ଥିଲେ । ସନ୍ଧ୍ୟା ପ୍ରାୟ 6ଟା ସମୟରେ ଅଞ୍ଜଳି ସାନ ଭଉଣୀମାନଙ୍କୁ ଘରେ ଛାଡ଼ି କ୍ଷେତକୁ ଯାଇଥିଲେ । ସେ 10 ମିନିଟ୍ ପରେ ଘରକୁ ଫେରିବା ପରେ ସୁରବି ଏବଂ ରୋଶନୀଙ୍କୁ ଦେଖିବାକୁ ପାଇନଥିଲେ । ଏହାପରେ ସେ ଘର ଭିତରେ ଦୁଇ ଭଉଣୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଦାଗ ମଧ୍ୟ ଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଅଞ୍ଜଳି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରିବାର ଲୋକେ ଖବର ପାଇ ଚାଷ ଜମିରୁ ଆସି ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭଉଣୀଙ୍କ ମୃତଦେହକୁ ଉଦ୍ଧାର କରିଛି । ଅଧିକ ତଦନ୍ତ ପାଇଁ ଫରେନସିକ୍ ଦଳକୁ ମଧ୍ୟ ଡକାଯାଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ହସ୍ପିଟାଲକୁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା, ପରକିୟା ପ୍ରୀତି ନେଲା ସ୍ବାମୀ ଜୀବନ !

ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ, "ମୁଁ ଅପରାହ୍ନ 4ଟା ସମୟରେ କ୍ଷେତକୁ ଯାଇଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଅପରାହ୍ନ 5 ଟାରେ ଚାଷ ଜମିକୁ ଯାଇଥିଲେ । ଏହାପରେ ତାଙ୍କ ବଡ଼ ଝିଅ ଜମିକୁ କାମ କରିବାକୁ ଯାଇଥିଲେ । ଘରର କବାଟ ଏହି ସମୟରେ ଖୋଲାଥିଲା। ଅଞ୍ଚଳି ଘରକୁ ଆସି ଦେଖିବା ପରେ ସାନ ଦୁଇ ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲା । ଆମର କାହା ସହିତ ଶତ୍ରୁତା ନାହିଁ କିଏ ଓ କାହିଁକି ମୋ ଝିଅଙ୍କୁ ହତ୍ୟା କଲା ତାର କାରଣ ମଧ୍ୟ ଆମକୁ ଜଣାନାହିଁ ।"

ଏ ସମ୍ପର୍କରେ କାନପୁର ରେଞ୍ଜ୍‌ ଆଇଜି ପ୍ରଶାନ୍ତ କୁମାର କହିଛନ୍ତି, "ଘଟଣାର ତଦନ୍ତ ଚାଲିଛି। ଘଟଣାରେ ଅଧିକ ତଦନ୍ତ ପାଇଁ କାନପୁରରୁ ଫରେନସିକ୍ ଟିମକୁ ଡକାଯାଇଛି । ଦୁଇ ଭଉଣୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତଦନ୍ତକୁ ଜୋରଦାର କରାଯାଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.