ETV Bharat / bharat

ରକ୍ଷାବନ୍ଧନରେ 2 ଭଉଣୀଙ୍କୁ ଗଣଦୁଷ୍କର୍ମ, ଦୁଷ୍କର୍ମକାରୀଙ୍କ ମଧ୍ୟରେ ବିଜେପି ନେତାଙ୍କ ପୁଅ

ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ଛତିଶଗଡରୁ ସାମନାକୁ ଆସିଛି ଏକ ପାଶବିକ ଘଟଣା । ୨ ଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ନାବାଳିକା ଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ୧୦ ଜଣକୁ ଗିରଫ କରିଛି ।

୨ ଭଉଣୀ ଗଣଦୁଷ୍କର୍ମର ଶିକାର , ୧୦ ଗିରଫ
୨ ଭଉଣୀ ଗଣଦୁଷ୍କର୍ମର ଶିକାର , ୧୦ ଗିରଫ
author img

By ETV Bharat Odisha Team

Published : Sep 3, 2023, 10:36 AM IST

ରାୟପୁର: ରକ୍ଷା ବନ୍ଧନ... ଭାଇ ଭଉଣୀ ସମ୍ପର୍କର ଏକ ବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚନ ନିଏ ଭଉଣୀ । ସବୁବେଳେ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶୃତି ଦିଏ ଭାଇ । ହେଲେ ଏଠି ରାକ୍ଷୀ ବାନ୍ଧିବାକୁ ଯାଇଥିବା ଦୁଇ ଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ସମ୍ପର୍କୀୟ ଭାଇ ରକ୍ଷା କରିବା ପ୍ରତିଶୃତି ଦେଇଥିଲା ହେଲେ ଦୁଇ ଭଉଣୀ ସୁରକ୍ଷିତ ଘରେ ପହଞ୍ଚିବା ପୂର୍ବରୁ ପାଶବିକତା ଶୀକାର ହୋଇଛନ୍ତି । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ଛତିଶଗଡ ରାଜ୍ୟରେ । ଗତ 31 ତାରିଖ ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁଷ୍କର୍ମ ଘଟଣାରେ ଜଣେ ବିଜେପି ନେତାଙ୍କ ପୁଅ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

ରାୟପୁର ଏସପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ‘‘ଗତ ଅଗଷ୍ଟ ୩୧ ତାରିଖ ଦିନ ରାୟପୁର ମନ୍ଦିର ହସୱାଦ ଅଞ୍ଚଳରେ ୨ ଜଣ ଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ସେହି ଦିନ ରକ୍ଷା ବନ୍ଧନ ଥିବା ହେତୁ ୨ ଜଣ ଭଉଣୀ ନିଜ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । ସେମାନେ ସେଠାରେ କାର୍ଯ୍ୟକ୍ରମ ସାରି ସମ୍ପର୍କୀୟଙ୍କ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ରାୟପୁର ମନ୍ଦିର ହସୱାଦ ଅଞ୍ଚଳରେ ୧୦ ଜଣ ଯୁବ ବାଇକ ଯୋଗେ ଆସି ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଲୁଟ କରିଥିଲେ । ଏହା ପରେ ୨ ଭଉଣୀଙ୍କୁ ଏକ ନିଛାଟିଆ ଜାଗାକୁ ନେଇ ସେଠାରେ ଉଭୟଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ୨ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକା ଥିବା ସୂଚନା ମିଳିଛି ।’’

ଏହା ମଧ୍ୟ ପଢନ୍ତୁ....ଲିଫ୍ଟ ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା, ଯୁବତୀଙ୍କ ବୟାନ ରେକର୍ଡ କଲା ପୋଲିସ

ଏହା ପରେ ଉଭୟ କୌଶଳ କ୍ରମେ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଥିଲା । ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ୩ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରେ ରାୟପୁରର ଜଣେ ବିଜେପି ନେତାଙ୍କ ପୁଅ ରହିଥିବା ଜଣାପଡିଛି । ତା ନାଁରେ ଆଗରୁ ବିଭିନ୍ନ ଥାନାରେ ୫ଟି ମାମଲା ଥିବା ପୋଲିସ ସୂଚନା ଦେଇଛି । ସେ ପୂର୍ବରୁ ୨୦୨୨ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିବା ବେଳେ ଗତ ଅଗଷ୍ଟ ୧୭ ତାରିଖରେ ବେଲରେ ଫେରିଥିବା ପୋଲିସ କହିଛି । ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୩୭୬ ଡି , ୩୭୬ଡିଏ ଭଳି ସଙ୍ଗୀନ ଦଫା ଲଗାଇଛି ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସ୍‌ପି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.