ETV Bharat / bharat

ରଜୌରୀରେ ଅଘଟଣ: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଖି ବୁଜିଲେ ଦୁଇ ନାଗରିକ

author img

By

Published : Dec 16, 2022, 10:12 AM IST

ଜମ୍ମୁ-କାଶ୍ମୀରର ରଜୌରୀରେ ବଡ ଅଘଟଣ ଘଟିଯାଇଛି । ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିଚାଳନାରେ ଦୁଇ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ରଜୌରୀରେ ଅଘଟଣ: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଖି ବୁଜିଲେ ଦୁଇ ନାଗରିକ
ରଜୌରୀରେ ଅଘଟଣ: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଖି ବୁଜିଲେ ଦୁଇ ନାଗରିକ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଆଜି ସକାଳେ ଏକ ବଡ ଅଘଟଣ ଘଟିଯାଇଛି । ରଜୌରୀରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକ କମଲ କିଶୋର ଓ ସୁରିନ୍ଦର କୁମାର ବୋଲି ପରିଚୟ ମିଳିଛି । ଏହି ଗୁଳିମାଡରେ ଆଉ ଜଣେ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି (Two Civilians Killed In Rajouri) । ଏହି ଫାୟାରିଂ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେନା ଶିବିର ଉପରେ ପଥରମାଡ କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ଏପରି ଗୁଳିକାଣ୍ଡ ଘଟିଲା ସେନେଇ କିଛି ସ୍ପଷ୍ଟ ହୋଇନି । ଭୁଲ ବଶତଃ ଏହି ଅଘଟଣ ଘଟିଛି ନା ଆଉ କିଛି କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ଯାହାସୂଚନା ମିଳିଛି, ରୋଜୌରୀ ସେନା ଶିବିର ପାଖରେ ଥିବା ଅଲଫା ଗେଟ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ କମଲ ଓ ସୁରିନ୍ଦର ଅଲଫା ଗେଟ୍ ରାସ୍ତା ଦେଉଥିବା ଯାଉଥିବା ସମୟରେ ହଠାତ୍ ଗୁଳି ଫୁଟିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ଥିବା ଅନ୍ୟ ଜଣେ ନାଗରିକଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା ।

ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେନା ଶିବିର ଉପରେ ପଥର ମାଡ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କିପରି ଏତେ ବଡ ଅଘଟଣ ଘଟିଲା ଏହାର ତଦନ୍ତ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.