ETV Bharat / bharat

କୁଲଗାମରେ ଆତଙ୍କୀ ହାମଲା, ୨ ପୋଲିସ କର୍ମୀ ଆହତ

author img

By

Published : Oct 9, 2021, 7:02 PM IST

କାଶ୍ମୀର କୁଲଗାମ ଜିଲ୍ଲାର ମଜଗାମରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀ ହାମଲା । ଦୁଇ ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ...

କୁଲଗାମରେ ଆତଙ୍କୀ ହାମଲା, ୨ ପୋଲିସ କର୍ମୀ ଆହତ
କୁଲଗାମରେ ଆତଙ୍କୀ ହାମଲା, ୨ ପୋଲିସ କର୍ମୀ ଆହତ

ଶ୍ରୀନଗର: ପୁଣି ଆତଙ୍କୀଙ୍କ ଟାର୍ଗେଟରେ ସୁରକ୍ଷାକର୍ମୀ । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲାର ମଜଗାମରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି ।

ପୋଲିସ ପାର୍ଟି ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଆତଙ୍କୀ ଅତର୍କିତ ଗୁଳି ଚଳାଇଥିଲେ । ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ଦୁଇ ପୋଲିସ କର୍ମୀ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କୀକୁ ଧରିବା ପାଇଁ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସ୍ଥାନୀୟ ପୋଲିସ ସହ CRPF ମଧ୍ୟ ଅପରେସନରେ ସାମିଲ ହୋଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.