ETV Bharat / bharat

ପୁଣି ଡରାଇଲା ଆଉ ଏକ ଭାଇରସ, H3N2ରେ ଭାରତରେ ୨ମୃତ

author img

By

Published : Mar 10, 2023, 6:09 PM IST

ପୁଣି ଡରାଇଲା ଆଉ ଏକ ଭାଇରସ । H3N2 ଭାଇରସ ଦ୍ବାରା ସଂକ୍ରମିତ ହୋଇ ଦେଶରେ ୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

H3N2
H3N2

ନୂଆଦିଲ୍ଲୀ: ବିଶ୍ବବାସୀଙ୍କୁ ପୁଣି ଡରାଇଲା ଆଉ ଏକ ଭୂତାଣୁ H3N2 । ଭାରତରେ ଏହି ଭାଇରସର କବଳରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି । କୋରୋନା ଭାଇରସ ଦ୍ବାରା ସଂକ୍ରମିତ ପରେ ଯେଉଁସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଥିଲା ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ସେହି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି । କର୍ଣ୍ଣାଟକ ଓ ହରିୟାଣାରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ କୋରୋନା ମହାମାରୀ ବେଳେ ସାମନା କରିଥିବା ସମସ୍ୟାକୁ ମନେ ପକାଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଦେଶବାସୀ ।

ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ଦେଶରେ କର୍ଣ୍ଣାଟକରେ ପ୍ରଥମ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ହିରେ ଗୌଡା ହୋଇଥିବା ବେଳେ ବୟସ ୮୨ ବର୍ଷ ବୋଲି ଜଣାପଡ଼ିଛି । ହାସନର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାସ୍ବାମୀ ଡିଏନଙ୍କ କହିବାନୁସାରେ ଗତ ଫେବୃଆରୀ ୨୪ ତାରିଖରେ ଗୌଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ପୂର୍ବରୁ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଗତ ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ଗତ ୬ ତାରିଖରେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଏହା ବି ପଢନ୍ତୁ- Delhi Liquor Scam: 17 ଯାଏଁ ED ରିମାଣ୍ଡରେ ଗଲେ ସିସୋଦିଆ

ଗୌଡା H3N2 ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବାରୁ ତାଙ୍କଠାରେ ଜ୍ବର, କାଶ, ଗଳାର ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ HIMSରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଭାଇରସକୁ ନେଇ ଭୟଭୀତ ନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ନୂଆ ଭାଇରସ ଦ୍ବାରା ହେଉଥିବା ସଂକ୍ରମଣକୁ ରୋକିବା ଲାଗି କର୍ଣ୍ଣାଟକ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କ ଲାଗି ଏକ ଆଡଭାଇଜରୀ ଜାରି କରାଯାଇଛି । ଏହାସହିତ ପ୍ରତି ସପ୍ତାହରେ ପ୍ରାୟ ୨୫ଟି ଟେଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

କିପରି ବ୍ୟାପୁଛି ସଂକ୍ରମଣ:- ବିଶେଷଜ୍ଞଙ୍କ କହିବାନୁସାରେ ଏହି H3N2 ଭାଇରସ କ୍ଷିପ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତି ଭାଇରସ ଦ୍ବାରା ସଂକ୍ରମିତ ହୋଇପାରେ । କାଶିବା ବା ଛିଙ୍କିବା ବେଳେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । କୋଭିଡ ମହାମାରୀ ଭଳି ଏହି ରୋଗର ଲକ୍ଷଣ ଥିବାରୁ ପୂର୍ବରୁ ଯେପରି ସତର୍କତା ଅବଲମ୍ବନ କରାଯାଉଥିଲା ସେହିପରି ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାସହିତ ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାଓଟିକ ମେଡିସିନ ନଖାଇବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

କାହାଠାରେ ଦିଶୁଛି ସଂକ୍ରମଣ:- ଖାଲି ବୟସ୍କ ନୁହେଁ, କୋରୋନା ପରି ଶିଶୁମାନେ ଏଥିରେ ସଂକ୍ରମିତ ହେଉଛନ୍ତି । ମୁଖ୍ୟତଃ ୧୫ବର୍ଷରୁ କମ ବୟସର ଶିଶୁ ଓ ୬୫ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି । ଗର୍ଭବତୀ ମହିଳାମାନେ ମଧ୍ୟ ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି । ସଫାସୁତୁରା ରହିବା ସହ ଭିଡ଼ ଭିତରକୁ ନ ଯିବା ଓ ବାରମ୍ବାର ହାତକୁ ସାନିଟାଇଜ କରିବା ଦ୍ବାରା ସଂକ୍ରମଣରୁ ରକ୍ଷା ମିଳିପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.