ETV Bharat / bharat

Patna Kota Express: ଚଳନ୍ତା ଟ୍ରେନରେ 2 ଯାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Aug 21, 2023, 7:44 AM IST

କୋଟା ପାଟନା ଏକ୍ସପ୍ରେସ ଟ୍ରେନରେ ଅସୁସ୍ଥ ହେବା ପରେ 2 ଯାତ୍ରୀଙ୍କ ମୃତ୍ୟୁ, 6 ଅସୁସ୍ଥ ଥିବା ସୂଚନା । ଅଧିକ ପଢନ୍ତୁ

Patna Kota Express Train
Patna Kota Express Train

ଲକ୍ଷ୍ନୌ: କୋଟା-ପାଟନା ଏକ୍ସପ୍ରେସରେ ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନରେ ଅସୁସ୍ଥ ହେବା ପରେ ମୃତ୍ୟୁବରଣ କଲେ ଦୁଇ ଯାତ୍ରୀ , 6 ଜଣ ଅସୁସ୍ଥ ଥିବା ସୂଚନା ମିଳିଛି । ରବିବାର ଦିନ ବାରଣାସୀରୁ ମଥୁରା ଅଭିମୁଖେ ଟ୍ରେନଟି ଯାତ୍ରା କରୁଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଥିଲା ।

ରବିବାର ସନ୍ଧ୍ୟା ସମୟରେ କୋଟା-ପାଟନା ଏକ୍ସପ୍ରେସ ଟ୍ରେନରେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ଆଗ୍ରା ରେଳ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା । ଟ୍ରେନଟି ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସେତିକିବେଳେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଅନ୍ୟ 6 ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଯାଇଥିଲା । କେଉଁ କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ଦୁଇ ମୃତ ଯାତ୍ରୀ କୋଚ୍ ନମ୍ବର S-2 ସ୍ଲିପରରେ ଯାତ୍ରା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରେନର କମୋଡରେ ଫସିଲା ଶିଶୁର ଗୋଡ, ଘଣ୍ଟାଏ ଅଟକିଲା ଟ୍ରେନ

ଛତିଶଗଡର ଏକ ଗୋଷ୍ଠୀ ବାରାଣାସୀରୁ ଟ୍ରେନରେ ଚଢି ମଥୁରା ଅଭିମୁଖେ ଯାତ୍ରା କରୁଥିଲେ । ହଠାତ୍‌ ସେମାନଙ୍କ ମଧ୍ୟରୁ 8ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲେ । ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ତୁରନ୍ତ ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରିଥିଲେ । ଅଧିକ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା ବେଳେ ଜଣେ ପୁରୁଷ ଯାତ୍ରୀ ଓ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ବିଷାକ୍ତ ଖାଦ୍ୟ ଏହାର କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଥିବା ଆଗ୍ରା ଡିଭିଜନ୍ ଜନସମ୍ପର୍କ ଅଧିକାରୀ ପ୍ରଶସ୍ତି ଶ୍ରୀବାସ୍ତବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ଚାଲିଛି ରେଳପଥର ଆଧୁନିକୀକରଣ କାର୍ଯ୍ୟ, ଏସବୁ ଲାଇନରେ ଗଡିବନି ଟ୍ରେନ

ଛତିଶଗଡର ଏକ 90 ଜଣିଆ ଗୋଷ୍ଠୀ କୋଟା-ପାଟନା ଏକ୍ସପ୍ରେସରେ କୋଚ୍ ନମ୍ବର S-2 ସ୍ଲିପରରେ ବାରାଣାସୀରୁ ମଥୁରା ଅଭିମୁଖେ ଯାତ୍ରା କରୁଥିଲେ । ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥତା ହେତୁ ସେମାନଙ୍କ ମଧ୍ୟରୁ 2ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରେଳବାଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଜଣେ ବ୍ୟକ୍ତି ଆଗ୍ରାର ଏସଏନ ମେଡିକାଲରେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏନେଇ ତଦନ୍ତ ଜାରି ରହିଛି । ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ନା ନାହିଁଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.