ETV Bharat / bharat

ସୋପିଆନରୁ ଦୁଇ LeT ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ଜବତ - ଦୁଇ ଲସ୍କର ଏ ତୋଏବା ଆତଙ୍କବାଦୀ ଗିରଫ

ଜମ୍ମୁକାଶ୍ମୀର ସୋପିଆନରୁ ଦୁଇ ଲସ୍କର ଏ ତୋଏବା ଆତଙ୍କବାଦୀ ଗିରଫ । ବହୁ ପରିମାଣରେ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ କଲା ସେନା । ଅଧିକ ପଢନ୍ତୁ

Two militants arrested in Shopian
ସୋପିଆନରୁ ଦୁଇ LeT ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ଜବତ
author img

By

Published : Dec 5, 2021, 9:32 PM IST

ଶ୍ରୀନଗର: ସୋପିଆନରୁ ଦୁଇ ଆତଙ୍କବାଦୀ ଗିରଫ। ଘାଟିରେ ଦୁଇ LeT ଆତଙ୍କବାଦୀକୁ ଗିରଫ କଲା ସେନାବାହିନୀ । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ସେନା ପକ୍ଷରୁ ଚଢାଉ କରାଯାଇଥିଲା । ସୋପିଆନର ସାହିଦ ଅହମଦ ଗନୀ ଓ କୈଫିୟତ ଆୟୁବ ଅଲ୍ଲୀକୁ ଗିରଫ କରାଯାଇଛି ।

ଜମ୍ମୁକାଶ୍ମୀର ସୋପିଆନରେ ଦୁଇ ଜଣ ଲସ୍କର ଏ ତୋଏବା ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲା ସେନା । ଗୁଇନ୍ଦା ସୂତ୍ରରୁ ଖବର ପାଇ ଜମ୍ମୁକାଶ୍ମୀର ପୋଲିସ ସହିତ ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆପିଏଫର ୧୪ତମ ବାଟଲିୟନର ମିଳିତ ଅପରେସନ ଆରମ୍ଭ କରିଥିଲା । ଏହାପରେ ସେହି ଅଞ୍ଚଳକୁ କର୍ଡନ ଗରି ଘେରାବନ୍ଦୀ କରାଯାଇଥିଲା । ହେଲେ ସୁରକ୍ଷା ବଳକୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ତେବେ ସୁରକ୍ଷାବଳର ମିଳିତବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ ଆଗରେ ଖସିପାରିନଥିଲେ । ଉଭୟଙ୍କୁ ସୁରକ୍ଷାବଳ ବେଶ ଚତୁରତାର ସହିତ କାବୁ କରିଛନ୍ତି ।

ତେବେ ଗିରଫ ଦୁଇ ଆତଙ୍କବାଦୀ ସୋପିଆନ ଅଞ୍ଚଳର ବୋଲି ଜଣାପଡିଛି । ସୋପିଆନର ସାହିଦ ଅହମଦ ଗନୀ ଓ କୈଫିୟତ ଆୟୁବ ଅଲ୍ଲୀକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.