ETV Bharat / bharat

ନିଶାସକ୍ତ ଅବସ୍ଥାରେ ସମଲିଙ୍ଗୀ ଯୁବକଙ୍କ ବିବାହ! - ନିଶାସକ୍ତ ଅବସ୍ଥାରେ ସମଲିଙ୍ଗୀ ଯୁବକଙ୍କ ବିବାହ

ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଅନ୍ୟ ଯୁବକଙ୍କୁ ବିବାହ କରିଛନ୍ତି । ଗତ ସୋମବାର ରାତିରେ ନିଶାସକ୍ତ ଅବସ୍ଥାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ମଧ୍ୟରେ ହାତ ଗଣ୍ଠି ପଡ଼ିଛି । ଅଧିକ ପଢ଼ନ୍ତୁ

two men get married in chilapched medak district
ନିଶାସକ୍ତ ଅବସ୍ଥାରେ ସମଲିଙ୍ଗୀ ଯୁବକଙ୍କ ବିବାହ!
author img

By

Published : Apr 6, 2022, 3:29 PM IST

ହାଇଦ୍ରାବାଦ: ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଛନ୍ତି । ଗତ ସୋମବାର ରାତିରେ ନିଶାସକ୍ତ ଅବସ୍ଥାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ମଧ୍ୟରେ ହାତ ଗଣ୍ଠି ପଡ଼ିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ତେଲେଙ୍ଗାନା ରାଜ୍ୟର ମେଦକ ଜିଲ୍ଲାର ଚିଲପଚେଡ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

two men get married in chilapched medak district
ନିଶାସକ୍ତ ଅବସ୍ଥାରେ ସମଲିଙ୍ଗୀ ଯୁବକଙ୍କ ବିବାହ!

ସଙ୍ଗରେଡି ଜିଲ୍ଲାର ଜୋଗିପେଟ ଅଞ୍ଚଳର ଜଣେ 21 ବର୍ଷୀୟ ଯୁବକ ଏବଂ ଚିଲପଚେଡ ଚାନ୍ଦୁରର ଜଣେ 22 ବର୍ଷୀୟ ଅଟୋ ଡ୍ରାଇଭର ଏକ ମଦ ଦୋକାନରେ ଉଭୟେ ଉଭୟଙ୍କୁ ଭେଟିଥିଲେ । କିଛି ସମୟ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପ୍ରତିଦିନ ଦୁଇ ଯୁବକ ସେହି ମଦ ଦୋକାନରେ ଦେଖା ହୋଇଥାନ୍ତି ଓ ଉଭୟେ ମିଶି ମଦ୍ୟପାନ କରିଥାନ୍ତି । ଗତ ସୋମବାର ଦୁହେଁ ମଦ ପିଇ ସାରିବା ପରେ ଜୋଗିପେଟ ଅଞ୍ଚଳର ଯୁବକ ଜଣକ ସମଲିଙ୍ଗୀ ବନ୍ଧୁସହ ବିବାହ କରିଥିଲେ ।

ଘଟଣାର ପରଦିନ ଯୁବକ ଜଣକ ଚାନ୍ଦୁରର ଅଟୋ ଡ୍ରାଇଭରଙ୍କ ଘରେ ଯାଇ ପହଞ୍ଚିଲେ। ସେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିବା ତାଙ୍କ ପିତାମାତାଙ୍କୁ ଜଣାଇଥିଲେ। ଏବଂ ତାଙ୍କ ଘରେ ରହିବାକୁ ଆସିଥିବା କହିଥିଲେ। ଯୁବକଙ୍କ କଥା ଶୁଣି ପିତାମାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ସେଠାରୁ ଚାଲିଯିବାକୁ କହିଲେ। କିନ୍ତୁ ଯୁବକ ଜଣକ ସେମାନଙ୍କ କଥା ଶୁଣିଲେ ନାହିଁ | ଯଦି ସେମାନେ ତାଙ୍କୁ ଏକ ଲକ୍ଷ ଟଙ୍କା ଦିଅନ୍ତି ତେବେ ସେ ଚାଲିଯିବେ ବୋଲି କହିଲେ। ଟଙ୍କା ଦେବାକୁ ରାଜି ନ ଥିବାରୁ ସେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଚିଲପଚେଡ ପୋଲିସ ଓ ଦୁଇ ଯୁବକଙ୍କ ଗ୍ରାମର ବରିଷ୍ଠ ଲୋକଙ୍କୁ ନେଇ ସଭାର ଆୟୋଜନ କରାଗଲା। ସଭାରେ ଦୁଇ ପରିବାର ସହ ଘଟଣା ନେଇ ଆଲୋଚନା କରାଗଲା। ମାମାଲର ଶୁଣାଣି ପରେ ଅଟୋ ଡ୍ରାଇଭରଙ୍କ ପରିବାର ଲୋକେ ଜୋଗିପେଟ ଅଞ୍ଚଳର ଯୁବକଙ୍କୁ 10,000 ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଯୁବକ ଜଣକ ଅଭିଯୋଗ ପ୍ରତ୍ୟାହାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.