ETV Bharat / bharat

Srinagar Encounter: ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

author img

By

Published : Jun 14, 2022, 7:54 AM IST

ଶ୍ରୀନଗରର ବେମିନା ଅଞ୍ଚଳରେ ପୋଲିସ ଗୁଳିରେ ୨ ଲସ୍କର-ଏ-ତୋଏବା ଆତଙ୍କୀ ନିପାତ । ଅଧିକ ପଢନ୍ତୁ

Srinagar Encounter: ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ
Srinagar Encounter: ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଆତଙ୍କୀ ନିପାତ ଅଭିଯାନରେ ପୁଣି ସଫଳତା । ଜାମ୍ମୁ-କାଶ୍ମୀର ଶ୍ରୀନଗରରେ ପୋଲିସ ଗୁଳିରେ ଟଳିରେ ଦୁଇ ଆତଙ୍କବାଦୀ(Two Lashkar-e-Taiba Terrorists Killed) । ବେମିନା ଅଞ୍ଚଳରେ ଶ୍ରୀନଗର ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଲସ୍କର ଏ ତୋଏବାର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି । ମଙ୍ଗଳବାର ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ମୃତ ଆତଙ୍କୀମାନେ ସୋପୋର ଏନକାଉଣ୍ଟରରେ ଫେରାର ଆତଙ୍କବାଦୀ ଗ୍ରୁପର ଅଟନ୍ତି । ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଆସୁଥିଲା । ଶେଷରେ ପୋଲିସ ଗୁଳିରେ ସେମାନେ ନିହତ ହୋଇଛନ୍ତି । ମୃତକମାନେ ଆତଙ୍କବାଦୀ ସଂଗଠନ LeTର ଅବଦୁଲ୍ଲା ଗୋଉଜ୍ରି ଏବଂ ଅଦିଲ ହୁସେନ ମିର୍ ବୋଲି ପରିଚୟ ମିଳିଛି । ଅବଦୁଲ୍ଲା ପାକିସ୍ତାନ ଫୈସଲାବାଦର ବାସିନ୍ଦା ହୋଇଥିବା ବେଳେ ଅଦିଲ ହୁସେନ ଅନନ୍ତନାଗ ଜିଲ୍ଲାର ଅଟେ । ୨୦୧୮ ମସିହାରେ ଅଦିଲ ପାକିସ୍ତାନ ଚାଲିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.