ETV Bharat / bharat

ହ୍ବାଟ୍ସଆପ DPରେ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇ ୨ ଲକ୍ଷ ଠକେଇ

ହ୍ବାର୍ଟ୍ସଆପ ଡିପିରେ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇ ହାଇକୋର୍ଟ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର ଠକ । ଅଧିକ ପଢନ୍ତୁ

author img

By

Published : Jul 20, 2022, 12:57 PM IST

ହ୍ବାଟ୍ସଆପ DPରେ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇ ୨ ଲକ୍ଷ ଠକି ନେଲେ ଠକ

ହାଇଦ୍ରାବାଦ: ହ୍ବାର୍ଟ୍ସଆପ ଡିପିରେ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇ ହାଇକୋର୍ଟ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ । ତେଲେଙ୍ଗାନା ହାଇକୋର୍ଟର ସବ୍‌-ରେଜିଷ୍ଟାର ଭାବେ କାର୍ଯ୍ୟରତ ଶ୍ରୀମାନନାରାୟଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ । ଠକ ନିଜ ହ୍ବାର୍ଟ୍ସଆପ ଡିପିରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର, ଯିଏକି ପୂର୍ବରୁ ତେଲଙ୍ଗାନା ହାଇକୋର୍ଟର ବିଚାରପତି ଥିଲେ ତାଙ୍କ ଫଟୋ ଲଗାଇ ଶ୍ରୀମାନନାରାୟଣଙ୍କୁ ଟଙ୍କା ମାଗିଥିଲା । ଠକର ଏହି ଚାଲ୍ ନ ଜାଣିପାରି କର୍ମଚାରୀ ଜଣଙ୍କ ଏଥିରେ ଫସି ଯାଇଛନ୍ତି ।

ସୂଚନା ଅନୁଯାୟୀ, ନିକଟରେ ଜଷ୍ଟିସ ସତିଶ ଚନ୍ଦ୍ରଙ୍କ ଦିଲ୍ଲୀ ହାଇକୋର୍ଟକୁ ବଦଳି ହୋଇଛି । ତାଙ୍କର ଫଟୋ ଥିବା ଏକ ହ୍ବାର୍ଟ୍ସଆପ ଆକାଉଣ୍ଟରୁ ତେଲେଙ୍ଗାନା ହାଇକୋର୍ଟ କର୍ମଚାରୀ ଶ୍ରୀମାନନାରାୟଣଙ୍କ ପାଖକୁ ଏକ ମେସେଜ ଆସିଥିଲା । ମେସେଜରେ ଲେଖାଥିଲା ଯେ, ''ମୁଁ ବର୍ତ୍ତମାନ ଏକ ମିଟିଂରେ ଅଛି ଏବଂ ମୋତେ କିଛି ଟଙ୍କା ଜରୁରୀ ଦରକାର ଅଛି । ମୋର ସମସ୍ତ ବ୍ୟାଙ୍କ କାର୍ଡ ବ୍ଲକ ହୋଇଯାଇଛି । ତେଣୁ ମୁଁ ତୁମକୁ ଏକ ଆମାଜନ ଲିଙ୍କ ପଠାଇବି । ଏହା ଉପରେ ତମେ କ୍ଲିକ୍ କରି ମୋ ନିକଟକୁ ଦୁଇ ଲକ୍ଷ ଟଙ୍କାର ଗିଫ୍ଟ କାର୍ଡ ପଠାଅ ।'' ଏହାପରେ ଶ୍ରୀମାନନାରାୟଣ ଠିକ୍ ସେହିପରି କରିଥିଲେ ଏବଂ କ୍ଷଣିକରେ ୨ ଲକ୍ଷ ଟଙ୍କା ହରାଇ ବସିଥିଲେ ।

ଯେତେବେଳେ ସେହି ନମ୍ବରରୁ ଆଉ କୌଣସି ପ୍ରତିକ୍ରିୟା ଆସିଲା ନାହିଁ, ତୁରନ୍ତ ଶ୍ରୀମାନନାରାୟଣ ସାଇବର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହିଭଳି ଠକାମୀର ଶିକାର ହେବାରୁ ଦୂରେଇ ରହିବାକୁ ପୋଲିସ ସଚେତନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.