ETV Bharat / bharat

ହିମାଚଳରେ ପ୍ରବଳ ବର୍ଷା, ଘର ଭୁଶୁଡି ଦୁଇ ମୃତ

author img

By

Published : Aug 20, 2022, 5:40 PM IST

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି (heavy rainfall in Himachal) । କାଙ୍ଗରା ଜିଲ୍ଲାରେ ଦୁଇଟି ସ୍ଥାନରେ ଘର ଭୁଶୁଡି ଦୁଇ ମୃତ । ସାରା ରାଜ୍ୟରେ ହାଇଆଲର୍ଟ ଜାରି । ଅଧିକ ପଢନ୍ତୁ

ହିମାଚଳରେ ପ୍ରବଳ ବର୍ଷା, ଘର ଭୁଶୁଡି ଦୁଇ ମୃତ
ହିମାଚଳରେ ପ୍ରବଳ ବର୍ଷା, ଘର ଭୁଶୁଡି ଦୁଇ ମୃତ

ଡେରାଡୁନ: ପ୍ରବଳ ବର୍ଷା କାରଣରୁ ହିମାଚଳ ପ୍ରଦେଶର (heavy rainfall in Himachal) ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଆଜି କଙ୍ଗରା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଘର ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଛି (Two killed in house collapse in heavy rainfall in )। ଦୁଇ ପୃଥକ ସ୍ଥାନରେ ହୋଇଥିବା ଅଘଟଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ଶିଶୁ ଓ ଅନ୍ୟ ଜଣେ ପ୍ରବାସୀ ଶ୍ରମିକ ରହିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି ।

  • Himachal Pradesh | Roads blocked after heavy rainfall lashes Mandi region of the state, several tourists stuck due to roadblocks pic.twitter.com/GCyoHtxfVm

    — ANI (@ANI) August 20, 2022 " class="align-text-top noRightClick twitterSection" data=" ">

ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୂଚନା ଅନୁସାରେ, ସାହାନପୁର ଉପଖଣ୍ଡରେ ଘଟିଥିବା ଅଘଟଣରେ ଜଣେ ୯ ବର୍ଷୀୟ ଶିଶୁ ଓ ଧିରା ଉପଖଣ୍ଡରେ ଜଣେ ୪୮ ବର୍ଷୀୟ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ସେହିପରି କାଙ୍ଗରା ଜିଲ୍ଲାରେ ଚକ୍କି ପୋଲ (Chakki bridge in Kangra) ଭୁଶିଡି ପଡିଛି । ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ରାଜ୍ୟରେ ହାଇଆଲର୍ଟ ଜାରି ରହିଛି । ଗତକାଲି ପ୍ରବଳ ବର୍ଷାରେ ଫସିଥିବା ଦୁଇ ୧୦ ବ୍ୟକ୍ତିଙ୍କ ଏକ ଗୋଷ୍ଠୀକୁ ଉଦ୍ଧାରକାରୀ ଟିମ ଉଦ୍ଧାର କରିଥିଲା ।

ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ଜାରି ରହିଛି । ଜଳବନ୍ଦୀ ସମସ୍ୟା ସହ ଅନେକ ସ୍ଥାନରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ରଣନୀତିକୁ ସକ୍ରିୟ କରାଯାଇଛି । ଉଦ୍ଧାରକାରୀ ଟିମ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ସମସ୍ତଙ୍କୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ମିଳିଛି । ରାଜ୍ୟରେ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜାତୀୟ ବିପର୍ଯ୍ୟୟ ପ୍ରଶାମନ ବଳ ଓ ରାଜ୍ୟ ପ୍ରଶମନ ବଳ, ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସମନ୍ବିତ ଭାବେ ଅପରେସନରେ ସାମିଲ ରହିଛନ୍ତି । ଗତ ୨୪ ଘଣ୍ଟା ଧରି ରାଜ୍ୟରେ ବର୍ଷା ଜାରି ରହିଛି । ପର୍ଯ୍ୟଟକଙ୍କୁ ମଧ୍ୟ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଜାରି ରହିଥିବା ବର୍ଷା ବିତ୍ପାତରେ ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ନିଖୋଜ ରହିଥିବା ମଧ୍ୟ ଆଶଙ୍କା କରାଯାଉଛି । ବର୍ଷା ପ୍ରଭାବିତ ସ୍ଥାନରେ ଉଦ୍ଧାର, ରିଲିଫ ଓ ଥଇଥାନ କାର୍ଯ୍ୟକୁ ବ୍ୟାପକ ଓ ତ୍ବାରାନ୍ବିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.