ETV Bharat / bharat

Train Accident: ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା, 8 ବଗି ଲାଇନଚ୍ୟୁତ - ରେଳ ଦୁର୍ଘଟଣା

ପଶ୍ଚିମବଙ୍ଗରେ ମୁହାଁମୁହିଁ ଧକ୍କା ହେବା ପରେ ଲାଇନଚ୍ୟୁତ ହେଲା ଦୁଇଟି ମାଲବାହୀ ଟ୍ରେନ । 8ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

two goods train collided at Onda railway station

author img

By

Published : Jun 25, 2023, 9:36 AM IST

Updated : Jun 25, 2023, 9:51 AM IST

କୋଲକାତା: ଥମିବାର ନାଁ ଧରୁନି ରେଳ ଦୁର୍ଘଟଣା । ପଶ୍ଚିମବଙ୍ଗ ବାଙ୍କୁରାରେ ସାମ୍ନାକୁ ଆସିଲା ଆଉ ଏକ ରେଳ ଦୁର୍ଘଟଣା ଘଟଣା । ମୁହାଁମୁହିଁ ଧକ୍କା ହେବା ପରେ ଲାଇନଚ୍ୟୁତ ହେଲା 2 ମାଲବାହୀ ଟ୍ରେନ । ଆଜି(ରବିବାର) ସକାଳେ ଓଣ୍ଡା ରେଲଓ୍ବେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ ଖଡକପୁର-ବାଙ୍କୁରା-ଆଡ୍ରା ଲାଇନରେ ରେଳ ଚଳାଚଳକୁ ବାତିଲ କରାଯାଇଛି । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ଗୋଟିଏ ମାଲବାହୀ ଟ୍ରେନର ଲୋକପାଇଲଟ ଆହତ ହୋଇଛନ୍ତି । ଭୋର 4ଟା ସମୟରେ ଓଣ୍ଡା ରେଳ ଷ୍ଟେସନରେ ପରସ୍ପରକୁ ଧକ୍କା ଦେଇଥିଲେ ଦୁଇ ମାଲବାହୀ ଟ୍ରେନ । ତେବେ ଦୁର୍ଘଟଣା କେଉଁ କାରଣରୁ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

  • #WATCH | West Bengal: Two goods trains collided at Onda railway station in Bankura. Rail operation on Kharagpur–Bankura–Adra line has been halted. More details awaited. pic.twitter.com/T4sL5rn7Rp

    — ANI (@ANI) June 25, 2023 " class="align-text-top noRightClick twitterSection" data=" ">

ଏନେଇ ରେଳ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଟ୍ରେନ ଖାଲିଥିଲା । କେଉଁ କାରଣରୁ ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେଲା ଏହାର କାରଣ ଜଣାପଡିନି । ଏନେଇ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ । ଦୁର୍ଘଟଣା ଯୋଗୁଁ ଆଡ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି । 4ଟି ଟ୍ରେନ ବାତିଲ ହୋଇଥିବା ବେଳେ 3ଟିର ଦିଗ ପରିବର୍ତ୍ତନ କରାଯାଇଛି। ଟ୍ରେନ ଦୁର୍ଘଟଣା ପରେ ମାଲବାହୀ ଟ୍ରେନର ବଗିଗୁଡିକ ଲାଇନଚ୍ୟୁତ ହୋଇ ଏଣେତେଣେ ପଡିରହିଛି । ପ୍ରାୟ 8ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି, ଗତ 2 ତାରିଖରେ ବାଲେଶ୍ବର ବାହାନଗାରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଥିଲା । ଯାହା ପୁରା ବିଶ୍ବକୁ ଥରାଇ ଦେଇଥିଲା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ 290ରୁ ଊର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ବାରମ୍ବାର ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଉଛି ତ ଆଉ କେଉଁଠି ବଗି ଛାଡି ପଳାଉଛି ଇଞ୍ଜିନ, ପୁଣି କେଉଁଠି ଟ୍ରେନରୁ ଧୂଆଁ ବାହାରୁଥିବା ଖବର ସାମ୍ନାକୁ ଆସୁଛି । ଫଳରେ ଟ୍ରେନରେ ଯାତାୟତ କରିବା ପାଇଁ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବିଳାଶପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ହାୱଡା-ମୁମ୍ବାଇ ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ

ଗତ ଜୁନ୍ 10 ତାରିଖରେ ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହେବା ଫଳରେ ହାୱଡା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Last Updated : Jun 25, 2023, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.