ETV Bharat / bharat

Earthquake Hits Ladakh: ଗୋଟିଏ ଦିନରେ 2ଥର ଭୂକମ୍ପ ଝଟକା - ଶ୍ରୀନଗରରେ ଭୂକମ୍ପ

ଗୋଟିଏ ଦିନରେ ଜମ୍ମୁକାଶ୍ମୀରେ ତିନିଥର ଭୂକମ୍ପ ଝଟକା । ଲଦାଖରେ ୨ ଥର ଓ ଶ୍ରୀନଗରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ

Jammu Kashmir Earthquake: ଗୋଟିଏ ଦିନରେ ୩ଥର ଭୂକମ୍ପ ଝଟକା

author img

By

Published : Mar 17, 2022, 8:35 AM IST

ଶ୍ରୀନଗର: ଗୋଟିଏ ଦିନରେ ଜମ୍ମୁକାଶ୍ମୀରରେ ତିନିଥର ଭୂକମ୍ପ ଝଟକା । ଗତକାଲି ଲଦାଖରେ ୨ଥର ଭୂକମ୍ପ ହୋଇଥିବା ବେଳେ ଶ୍ରୀନଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗତକାଲି ଲଦାଖରେ ସନ୍ଧ୍ୟା ୭ଟା ୫ମିନିଟରେ ପ୍ରଥମେ ୫.୨ ତିବ୍ରତାର ଭୁକମ୍ପ ହୋଇଥିଲା । ଏହାପରେ ପୁଣି ୭ଟା ୩୪ ମିନିଟରେ ଲଦାଖର କାରଗିଲରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିଲା ।

ପ୍ରଥମେ ହୋଇଥିବା ଭୂକମ୍ପର ଗଭୀରତା ୧୧୦ କିଲୋମିଟର ରହିଥିଲା । ସେହିପରି ଦ୍ବିତୀୟ ଥର ହୋଇଥିବା ଭୂକମ୍ପର ଗଭୀରତା ୧୧୫ କିଲୋମିଟର ରହିଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହାପରେ ରାତି ୯ଟା ୪୦ ମିନିଟ ସମୟରେ ଶ୍ରୀନଗରରେ ୪.୨ ତିବ୍ରତାର ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୩୦ କିଲୋମିଟର ରହିଥିବା ବେଳେ କେନ୍ଦ୍ରସ୍ଥଳ ଶ୍ରୀନଗର ଉତ୍ତରରୁ ୧୧୯ କିଲୋମିଟର ଦୂରରେ ରହିଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.