ETV Bharat / bharat

ଦୀପାବଳି ପରେ କୁହୁଡ଼ି କାଳ, ଦିଲ୍ଲୀରେ 24 ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । 24ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିଳିଛି ସୂଚନା । ଅଧିକ ପଢନ୍ତୁ...

ଭୟଙ୍କର ସଡ଼କ ଦୁର୍ଘଟଣା: କୁହୁଡ଼ି ଯୋଗୁଁ ୨ ଡଜ୍‌ନ ଗାଡ଼ି ଦୁର୍ଘଟଣାଗ୍ରସ୍ତ

author img

By

Published : Nov 5, 2021, 12:47 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ମେରଠ ରାସ୍ତାରେ ଘଟିଛି ବଡ଼ ଧରଣର ସଡ଼କ ଦୁର୍ଘଟଣା । କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାଯାଉନଥିବାରୁ ପ୍ରାୟ 24 ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଅଘଟଣରେ କିଛି ଲୋକ ଆହତ ହୋଇଥିବା ବେଳେ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଭୟଙ୍କର ସଡ଼କ ଦୁର୍ଘଟଣା: କୁହୁଡ଼ି ଯୋଗୁଁ ୨ ଡଜ୍‌ନ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ରାଜଧାନୀର ଗାଜିଆବାଦ ମସୁରୀ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସକାଳ ସମୟରେ କୁହୁ଼ଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାଯାଉନଥିଲା । ଏଥିଲାଗି କିଛି ଯାନଗୁ଼ଡିକ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୨୪ଟି ଗାଡ଼ି ପରସ୍ପର ମଧ୍ୟରେ ଧକ୍କା ହୋଇଥିବା ବେଳେ ଯାତ୍ରୀମାନେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ସେପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଥିବା ବେଳେ ଗାଡିଗୁଡ଼ିକୁ ଏକ୍ସପ୍ରେସରୁ ହଟାଯାଉଛି ।

ଏହି ହାଇୱେରେ କ୍ଷିପ୍ରଗତିରେ ଗାଡିଗୁଡ଼ିକ ଯାତାୟାତ କରିଥାନ୍ତି । ଶୀତ ଋତୁରେ କୁହୁଡ଼ି ଯୋଗୁଁ ରାସ୍ତା ଠିକ ଭାବରେ ଦୃଶ୍ୟମାନ ହୋଇନଥାଏ । ଏହି ସମୟରେ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ଧୀର ଗତିରେ ଡ୍ରାଇଭିଂ କରିବା ଜରୁରୀ ହୋଇପଡ଼ିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.