ETV Bharat / bharat

ଅମରନାଥ ଯାତ୍ରାର ଦୁଇଦିନ ପୂର୍ବରୁ ସୀମାରେ ପାକ ଅନୁପ୍ରବଶକାରୀକୁ ସଫା କଲା BSF - ସଫା ହେଲେ ପାକିସ୍ତାନ ଅନୁପ୍ରବେଶକାରୀ

ଅମରନାଥ ଯାତ୍ରାର ଦୁଇ ଦିନ ପୂର୍ବରୁ ସୀମାରେ ଟଳିଲା ପାକିସ୍ତାନ ଆତଙ୍କୀ । ଅନୁପ୍ରବେଶ ପାଇଁ କରୁଥିଲା ଉଦ୍ୟମ । ସୁରକ୍ଷା ବ୍ୟବସ୍ଥା କଡାକଡି କଲା ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ

ଅମରନାଥ ଯାତ୍ରାର ଦୁଇ ଦିନ ପୂର୍ବରୁ ସୀମାରେ ପାକ ଅନୁପ୍ରବଶକାରୀକୁ ସଫା କଲା BSF

author img

By

Published : Jun 27, 2022, 11:22 AM IST

ଶ୍ରୀନଗର: ପ୍ରସିଦ୍ଧ ଅମରନାଥ ଯାତ୍ରାର ମାତ୍ର ଦୁଇ ଦିନ ପୁର୍ବରୁ ଭାରତୀୟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀର ପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ସୀମା ସୁରକ୍ଷାବଳର ଗୁଳିରେ ଜଣେ ପାକିସ୍ତାନ ଅନୁପ୍ରବେଶକାରୀ ନିପାତ ହୋଇଥିବା ସୂଚନା ମିଳିଛି । ଉକ୍ତ ଅନୁପ୍ରବେଶକାରୀଜଣଙ୍କ ପାକିସ୍ତାନ ସୀମାରୁ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିଲା ।

  • Two days ahead of Amarnath Yatra, a Pakistani intruder was shot dead near the international border in the RS Pura sector of Jammu by BSF, in Jammu and Kashmir, said a senior BSF officer.

    — ANI (@ANI) June 27, 2022 " class="align-text-top noRightClick twitterSection" data=" ">

BSF ପକ୍ଷରୁ ଏନେଇ ଚେତାବନୀ ମଧ୍ୟ ଦିଆଯାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଭାରତୀୟ ସୁରକ୍ଷା ବଳର ଯବାନମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ବିଏସଏଫ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଅମରନାଥ ଯାତ୍ରାରେ ସମଗ୍ର ଦେଶରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନରେ ଯାଇଥାନ୍ତି । ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଆକ୍ରମଣ ଯୋଜନା କରିଥାନ୍ତି । ତୁଷାରପାତ ଓ ଖରାପ ପାଗର ସୁଯୋଗ ନେଇ ପାକିସ୍ତାନ ସେନା ଦ୍ବାରା ପ୍ରିଶିକ୍ଷିତ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ ମଧ୍ୟ କରନ୍ତି । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥାଏ ।

ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥାଏ ସୀମା ସରକ୍ଷା ବଳ । କୌଣସି ସୀମାପାର ସନ୍ଦେହଜନକ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ । ଆଜି ଅମରନାଥ ଯାତ୍ରାର ମାତ୍ର 2 ଦିନ ପୂର୍ବରୁ ଜଣେ ପାକିସ୍ତାନ ଅନୁପ୍ରବେଶକାରୀକୁ ନିପାତ କରିବାରେ ସେନା ସଫଳ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.