ETV Bharat / bharat

ହତ୍ୟା କରି ଖସି ପଳାଉଥିଲେ,ପିଟିପିଟି ଦୁଇଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Nov 15, 2023, 10:57 PM IST

Mob Lynching In Bihar: ଗାଁ ମୁଖିଆଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଉଥିବା ବେଳେ 2 ଅପରାଧିଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ପଢନ୍ତୁ ପୁରା ଖବର

ହତ୍ୟା ଅପରାଧିଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ପାଟନା: ହତ୍ୟାକାରୀଙ୍କୁ ପିଟି ପିଟି ହତ୍ୟା କଲେ ଗାଁଲୋକେ । ଏଭଳି ଏକ ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାର ସୂର୍ଯ୍ୟପୂରା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ । ଗାଁ ମୁଖିଆଙ୍କୁ ଗୁଳି ମାରି ଘଟଣାରୁ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଧରିବା ସହ ପ୍ରବଳ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ 2 ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ।

ସୂଚନା ଅନୁୟାୟୀ, ଆଜି(ବୁଧବାର) ସକାଳ 10ଟା ସମୟରେ 3 ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ଶିବୋବହାର ପଞ୍ଚାୟତର ପୂର୍ବତନ ଗ୍ରାମ ମୁଖିଆ ତଥା ଏକ୍ସସର୍ଭିସ ମ୍ୟାନ ବିଜେନ୍ଦ୍ର ସିଂହଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ପଳାଇଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗୁଳିମାଡର ଶବ୍ଦ ଶୁଣି ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଭିଆଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗ୍ରାମବାସୀ କାବୁ କରିନେଇଥିଲେ ।

ଏହାମଧ୍ୟ ପଢନ୍ତୁ..ବିହାରରେ ବାଲି ମାଫିଆଙ୍କ ଆତଙ୍କ: ଯାଞ୍ଚ ବେଳେ ପୋଲିସ ଗାଡିକୁ ଧକ୍କା, SI ମୃତ

ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ଗାଁଲୋକମାନେ ଉତ୍ୟକ୍ତ ହୋଇ ଅଭିଯୁକ୍ତମାନଙ୍କୁ ନିର୍ଧୁମ ମାଡ ମାରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ 2 ଅପରାଧିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅପରାଧିର ନିକଟସ୍ଥ ବିକ୍ରମଗଞ୍ଜ ଅନୁମଣ୍ଡଳୀୟ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ପୋଲିସ ହସ୍ପିଟାଲରେ ମଧ୍ୟ ଅପରାଧି ଉପରେ ନଜର ରଖିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସ୍ଥିତି ଲାଗିରହିଥିବା ବେଳେ ସୂର୍ଯ୍ୟପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି କାବୁ କରିବାକୁ ଚେଷ୍ଟା କରିଥିଲା । ଏଥିସହ ଗାଁରେ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ସୂଚନା ରହିଛି । ରୋହତାସ ଏସପି ବିନିତ କୁମାରଙ୍କ କହିବାନୁଯାୟୀ, "ସକାଳ 10ଟା ସମୟରେ ବିଜେନ୍ଦ୍ର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଉତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ପିଟି ପିିଟି ହତ୍ୟା କରିଥିବା ଘଟଣା ଦେଖିବାକୁ ପାଇଥିଲା । ଏନେଇ ତଦନ୍ତ ଜାରି ରହିଛି ।ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ ।"

ଅନ୍ୟପଟେ କେଉଁ କାରଣରୁ ଗ୍ରାମ ମୁଖିଆଙ୍କୁ ହତ୍ୟା କରାଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ମୃତକଙ୍କ ପରିବାର ଓ ଗୁରୁତର ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରିବା ପରେ ମାମଲା ସ୍ପଷ୍ଟ ହୋଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.