ETV Bharat / bharat

CORONA: ଗୁଜୁରାଟରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ, ଅଷ୍ଟ୍ରେଲିଆ ଚୀନରୁ ଫେରିଥିବା ସୂଚନା

author img

By

Published : Dec 22, 2022, 9:16 PM IST

ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟରେ ସଂକ୍ରମିତ ହେଲେ ୨ ଗୁଜୁରାଟବାସୀ (Two corona cases found in Gujarat)। ସରକାରଙ୍କ ବଢିଲା ଚିନ୍ତା । ଅଧିକ ପଢନ୍ତୁ

New corona case
New corona case

ନୂଆଦିଲ୍ଲୀ: ଚୀନରେ କୋରୋନାର ନୂଆ ଭାରିଏଣ୍ଟ ଆତଙ୍କ ଖେଳାଇଥିବା ବେଳେ ଏହା ଧୀରେଧୀରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଏନେଇ ଦେଶରେ ସରକାର ସତର୍କତା ଅବଲମ୍ବନ କରିଥିବା ବେଳେ ନୂଆ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି (Two corona cases found in Gujarat)। ଏହି ୨ ନୂଆ ଆକ୍ରାନ୍ତ ଅଷ୍ଟ୍ରେଲିଆ ଓ ଚୀନରୁ ଫେରିଥିବା ସୂଚନା ମିଳିଛି । ଚୀନ ଫେରନ୍ତା ଗୁଜୁରାଟର ଭାବନଗରର ଓ ଅଷ୍ଟ୍ରେଲିଆ ରାଜକୋଟର ଅଧିବାସୀ ବୋଲି ଜଣାପଡ଼ିଛି ।

ଅଷ୍ଟ୍ରେଲିଆରୁ ଫେରିଥିବା ଯୁବତୀ ଜଣକ ରାଜକୋଟ ଅଧିବାସୀ ହୋଇଥିବା ବେଳେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି (Girl Came From Australia Become Corona Positive In Rajkot) । ଏହାପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ କୋରୋନା ପରୀକ୍ଷା କରାଯାଉଛି । ସେପଟେ ରାଜକୋଟ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି । ଏହି ଅଷ୍ଟ୍ରେଲିଆ ଫେରନ୍ତା ଯୁବତୀ ପ୍ରଥମେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜକୋଟ ଆସିଥିଲେ । ଏହାପରେ ସେ କୋରୋନା ପରୀକ୍ଷଣ କରିଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେପଟେ ରାଜକୋଟରେ କୋଭିସିଲ୍ଡ ଟିକା ଶେଷ ହୋଇଥିବା ବେଳେ କେନ୍ଦ୍ରକୁ ଆଉ ଟିକା ଯୋଗାଇବା ପାଇଁ ଚିଠି ଲେଖାଯାଇଛି । ଯାହାଦ୍ବାରା ଅଞ୍ଚଳବାସୀଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ।

ଏହା ବି ପଢନ୍ତୁ- କୋରୋନା ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା, ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ମୋଦି

ସେପଟେ ଚୀନରୁ ଫେରିଥିବା ବ୍ୟକ୍ତି ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ( China returnee got positive in Bhavnagar) । ଏହାପରେ ଭାବନଗରକୁ ଆଲର୍ଟ କରାଯାଇଛି । ଗତ କୋରୋନା ଲହରୀ ବେଳେ ଭାବନଗର ସହରରେ ଥଣ୍ଡାକାଶରେ ଆକ୍ରାନ୍ତ ଲୋକେ କୋରୋନା ପଜିଟିଭ ଚିହ୍ନଟ ହେଉଥିଲେ । ଏବେ ନୂଆ ଭାରିଏଣ୍ଟ BF.7 ନେଇ ଅଞ୍ଚଳବାସୀଙ୍କୁ ଆଲର୍ଟ କରାଯାଇଛି । ଏହି ଅଞ୍ଚଳରେ ଶତ ପ୍ରତିଶତ ଟୀକାକରଣ ମଧ୍ୟ ଶେଷ ହୋଇଛି । ନୂଆ ଭାରିଏଣ୍ଟ ଆସିବା ପରେ ସ୍ଥାନୀୟ ପ୍ରଶାସନ ସତର୍କତା ଅବଲମ୍ବନ କରିଛି ।

ଚୀନରୁ ଆସିଥିବା ଏହି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିବାର ଗୋଟିଏ ଦିନ ପୂର୍ବରୁ ସେ ଭାବନଗର ସହରକୁ ଆସିଥିଲେ । ତାଙ୍କ ବୟସ ୩୪ ବର୍ଷ ବୟସ୍କ ବୋଲି ଜଣାପଡ଼ିଛି । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ରିପୋର୍ଟକୁ ଗାନ୍ଧୀନଗର ପଠାଯାଇଛି । ସିଟି ହେଲଥ୍ ଅଫିସର ଆର.କେ ସିହ୍ନା କହିଛନ୍ତି, "BF.7 ଭାରିଏଣ୍ଟ ସଂକ୍ରମଣ ବଢିବା ପରେ ଚୀନରୁ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଗାନ୍ଧୀନଗରକୁ ଅଧିକ ରିପୋର୍ଟ ପଠାଯାଇଛି। ତାଙ୍କ ରିପୋର୍ଟ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଆସିବ । ଏଣୁ ରିପୋର୍ଟ ଆସିବା ପରେ ତାଙ୍କଠାରେ କଣ ଲକ୍ଷଣ ରହିଛି ସେ ନେଇ କୁହାଯିବ ।"

ସୂଚନା ଥାଉ କି ଗତ ୬ ମାସ ମଧ୍ୟରେ ଦେଶରେ BF.7 ଓମିକ୍ରନର ୪ଟି ମାମଲା ଦେଖିବାକୁ ମିଳିଥିଲା । ଏହି ଭାରିଏଣ୍ଟ ଏବେ ଚୀନରେ ଆତଙ୍କ ଖେଳାଇବା ଥିବା ବେଳେ ଅନେକଙ୍କ ଜୀବନ ନେଲାଣି । ସୂତ୍ର ଅନୁସାରେ ଦେଶରେ କୋଭିଡ଼-୧୯ର ୧୦ ଭାରିଏଣ୍ଟ ଦେଖିବାକୁ ମିଳୁଥିବା ବେଳେ ତନ୍ମଧ୍ୟରୁ ଅଧିକ ଘାତକ BF.7 ଓମିକ୍ରନ ଭାରିଏଣ୍ଟ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କୋରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଡାକିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକ ଡାକିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.