ETV Bharat / bharat

କଂଗ୍ରେସ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଟ୍ରେନରେ ମହିଳାଙ୍କୁ କଲେ ଦୁର୍ବ୍ୟବହାର - ରେୱାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ଦୁର୍ବ୍ୟବହାର

କଂଗ୍ରେସ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମଧ୍ୟପ୍ରଦେଶ ରେୱାଞ୍ଚଳ ଏକ୍ସପ୍ରେସ ଟ୍ରେନ (Rewanchal Express train)ରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଟ୍ରେନରେ ମହିଳାଙ୍କୁ କଲେ ଦୁର୍ବ୍ୟବହାର

author img

By

Published : Oct 8, 2022, 10:40 PM IST

ଭୋପାଳ: କଂଗ୍ରେସ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଟ୍ରେନରେ ମହିଳାଙ୍କୁ କଲେ ଦୁର୍ବ୍ୟବହାର । କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱାହା ଓ ସୁନୀଲ ସରାଫ ଟ୍ରେନ ଭିତରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର (Congress MLA Molest Woman) କରିଥିବା ଅଭିଯୋଗ ହୋଇଛି । ରେୱାଞ୍ଚଳ ଏକ୍ସପ୍ରେସ ଟ୍ରେନ (Rewanchal Express train)ରେ ବିଧାୟକ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ମହିଳାଙ୍କ ସ୍ବାମୀ ଟ୍ବିଟ କରି ରେଳ ମନ୍ତ୍ରଣାଳୟକୁ ଏହି ସୂଚନା ଦେଇଛନ୍ତି । ଏହାପରେ ସାଗରଠାରେ ଟ୍ରେନକୁ ରୋକାଯାଇ ୨ ବିଧାୟକଙ୍କୁ ପଚରା ଉଚୁରା କରାଯାଇଥିବା ଜବଲପୁର ଜିଆରପି କଣ୍ଟ୍ରୋଲ ରୁମରୁ ଏହି ସୂଚନା ମିଳିଛି ।

କଂଗ୍ରେସ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଟ୍ରେନରେ ମହିଳାଙ୍କୁ କଲେ ଦୁର୍ବ୍ୟବହାର

ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଧାୟକ । କଂଗ୍ରେସ ବିଧାୟକ ସୁନୀଲ ସରାଫ (Congress leader Sidharth Kushwaha) କହିଛନ୍ତି ଯଦି ମହିଳା ନିଜ ପୁଅ ମୁଣ୍ଡ ଉପରେ ହାତ ରଖି ଏହାକୁ ସତ ବୋଲି କହିବେ, ତେବେ ସେ ଯେକୌଣସି ପ୍ରକାର ଦଣ୍ଡକୁ ଗ୍ରହଣ କରିବେ । ମାତ୍ର ମହିଳା ଜଣକ ସେମାନଙ୍କୁ ଗାଳି ଗୁଲଜ କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ବିଧାୟକ । ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ସାଢେ ୧ଟା ସମୟରେ ମହିଳାଙ୍କ ସ୍ବାମୀ ଟ୍ବିଟ କରି ଏହି ସୂଚନା ଦେଇଥିଲେ ।

ଏହା ବି ପଢନ୍ତୁ- ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ

ମହିଳାଙ୍କ ସ୍ବାମୀ ଟ୍ବିଟ କରି କହିଥିଲେ ଯେ ପତ୍ନୀଙ୍କ ସହିତ ରେୱାଞ୍ଚଳ A1 କୋଚରେ ଭୋପାଳ ପର୍ଯ୍ୟନ୍ତ ସେ ଯାତ୍ରା କରୁଛନ୍ତି । ଏହି ସମୟରେ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରାଯାଇଛି (molestation case in rewanchal express train) । ତାଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ରଖି ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଜିଆରପି ଜବଲପୁର କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ଜିଆରପି ଜବଲପୁର କଣ୍ଟ୍ରୋଲ ରୁମର ନିର୍ଦ୍ଦେଶ ଅନୁଯାୟୀ ରେଳ ସାଗର ରେଲୱେ ଷ୍ଟେସନରେ ରହିଥିଲା । ଏହାପରେ ପୋଲିସ କଂଗ୍ରେସର ୨ ବିଧାୟକଙ୍କୁ ପଚରା ଉଚୁରା କରିଥିଲା ।

ମହିଳାଙ୍କ ଅଭିଯୋଗ ଅନୁସାରେ ୨ କଂଗ୍ରେସ ବିଧାୟକ ପ୍ରଥମେ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ସହ ଖରାପ ଆଚରଣ କରିଥିଲେ । ଅନ୍ୟପଟେ ବିଧାୟକ କହିଥିଲେ ଯେ ମହିଳା ଜଣକ ତାଙ୍କ ସିଟ୍‌ରେ ବସିଥିଲେ । ଯେତେବେଳେ ସେ ତାଙ୍କୁ ସିଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ ଏହାପରେ ମହିଳା ଜଣକ ତାଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ ଜିଆରପି ସାଗର ଦ୍ବାରା ଜଣେ ଏଏସଆଇ ଓ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କ ସହିତ ଭୋପାଳ ପର୍ଯ୍ୟନ୍ତ ପଠାଯାଇଥିଲା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ୨ ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ପାଇଁ ମାମଲା ରୁଜୁ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.