ନୂଆଦିଲ୍ଲୀ: ଭୟାନକ ହେଉଛି କୋରୋନାର ଦ୍ବିତୀୟ ଲହର । କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ଓ ଶୀରୋମଣି ଅକାଳି ଦଳ ନେତ୍ରୀ ହରସିମରତ କୌର କୋରୋନାରେ ସଂକ୍ରମିତ ହୋଇଛନ୍ତି ।
କଂଗ୍ରେସ ନେତା ରଣଦୀପ ସିଂହ କୋରୋନାରେ ଆକ୍ରାନ୍ତ ହେବା ନେଇ ତାଙ୍କ ଟ୍ବିଟରୁ ସୂଚନା ମିଳିଛି । ଶେଷ ପାଞ୍ଚଦିନ ଭତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବା ସହିତ ଆବଶ୍ୟକୀୟ ପ୍ରତିଶେଧକ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ରଣଦୀପ ।
ସେପଟେ କଂଗ୍ରେସ ଅନ୍ୟ ଜଣେ ନେତା ଦିଗବିଜୟ ସିଂ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀରେ ନିଜ ବାସ ଭବନରେ ସଙ୍ଗରୋଧରେ ଥିବା କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ, ଶୀରୋମଣି ଅକାଳି ଦଳ ନେତ୍ରୀ କୋରୋନାରେ ସଂକ୍ରମିତ ହେବା ନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି । ସେ ନିଜକୁ ସଙ୍ଗରୋଧରେ ରଖିବା ସହିତ ଆବଶ୍ୟକୀୟ ପ୍ରତିଷେଧକ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହିତ ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି ହରସିମରତ କୌର ।
ଗୁରୁବାର ସୁଦ୍ଧା ଦେଶରେ 2ଲକ୍ଷ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଦେଶରେ 1,40,74.564ଟି କୋରୋନା ମାମଲା ରହିଛି ।
@ANI