ETV Bharat / bharat

24ଘଣ୍ଟାରେ ଦୁଇ ଯବାନଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Jan 17, 2023, 8:46 PM IST

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରରେ କାର୍ଯ୍ୟ କରୁଥିବା ଦୁଇ ଜଣ ଯବାନଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

cisf jawans dies by suicide
24 ଘଣ୍ଟାରେ ଦୁଇ ଯବାନଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅମରାବତୀ: ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ 24ଘଣ୍ଟାରେ ଦୁଇଜଣ ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । ଜଣେ ହେଲେ ବିକାଶ ସିଂହ (30) ଏବଂ ଅନ୍ୟଜଣେ ହେଲେ ଚିନ୍ତାମଣି (29) । ଉଭୟ ଶ୍ରୀହରିକୋଟା ସ୍ପେସ ସେଣ୍ଟରରେ କାର୍ଯ୍ୟ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, ବିକାଶ ସିଂ ତାଙ୍କ ରିଭରବଲକୁ ନିଜକୁ ଗୁଳି କରିଛନ୍ତି । ଚିନ୍ତାମଣିଙ୍କୁ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଚିନ୍ତାମଣିଙ୍କ ଘର ଛତିଶଗଡ । ସେ ରାଡାର ସେଣ୍ଟରରେ ନିଯୁକ୍ତ ଥିଲେ । ସବ ଇନ୍ସିପେକ୍ଟର ବିକାଶ ସିଂହଙ୍କ ଘର ଉତ୍ତପ୍ରଦେଶ । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । 24 ଘଣ୍ଟାରେ ଦୁଇ ଦୁଇ ଜଣ ଯବାନଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । 2021ରୁ ଛତିଶଗଡ ମାହାସମାଦ ଶାଙ୍କରା ଗାଁର ଚିନ୍ତାମଣି କନେଷ୍ଟବଳ ଭାବେ ନିଯୁକ୍ତ ହୋଇଥିଲେ । ଟ୍ରେନିଂ ପରେ ଶ୍ରୀହରିକୋଟା ୟୁନିଟରେ ଯୋଗ ଦେଇଥିଲେ । ଗୋଟିଏ ମାସ ପାଇଁ ସେ ଛୁଟିରେ ଘରକୁ ଯାଇ ଫେରିଥିଲେ । 10 ଜାନୁଆୀରେ ସେ ଘରକୁ ଫେରିଥିଲେ । ରବିବାର ଅପରାହ୍ନରେ ପିସିଏମସି ରାଡାର ଅଞ୍ଚଳରେ ଡିୟ୍ୟୁଟି କରିଥିଲେ । କଣ୍ଟ୍ରୋଲ ରୁମ ସହ ରାତି 7ଟା 30ରେ କଥା ହୋଇଥିଲେ । କ୍ୟୁଆରଟି ୟୁନିଟ ପାଟ୍ରୋଲିଂ କରୁଥିବା ସମୟରେ ଚିନ୍ତାମଣିଙ୍କ ମୃତଦେହ ଉଦ୍ଧାର କରିଥିଲା । ତାଙ୍କର କିଛି ପାରିବାରିକ ସମସ୍ୟା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହା ବି ପଢନ୍ତୁ....ବାଙ୍କେ ବିହାରୀ ମନ୍ଦିର ବିକାଶ କାର୍ଯ୍ୟକୁ ବିରୋଧ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମଥୁରାବାସୀ

ଏହା ପରେ ସବ ଇନ୍ସିପେକ୍ଟର ବିକାଶ ସିଂହଙ୍କ ମୃତ୍ୟୁ ହୋଇଥିଲା । ସି-ସିଫ୍ଟରେ ଡିୟ୍ୟୁଟି କରିଥିଲେ ବିକାଶ । ନିଜ ବନ୍ଧୁକରୁ ନିଜରୁ ବିକାଶ ଗୁଳି କରିଥିବା କୁହାଯାଉଛି । ଶଦ୍ଦ ଶୁଣି ବିକାଶଙ୍କ ସହକର୍ମୀ ସେଠାରେ ପହଞ୍ଚିବା ପରେ ତାଙ୍କ ମୃତଦେହ ପଡିଥିଲା । 30 ବର୍ଷୀୟ ବିକାଶ ଉତ୍ତରପ୍ରଦେଶ ନିବାସୀ । ତାଙ୍କ ସ୍ତ୍ରୀ ଓ 3 ପିଲା ଅଛନ୍ତି । ତେବେ ଉଭୟଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ । ଶ୍ରୀହରିକୋଟା ପୋଲିସ କହିଛି ଦୁଇଜଣ ଯବାନ ତାଙ୍କ ବ୍ୟକ୍ତିଗତ ସମସ୍ୟା ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ପାଇଁ ଦୁଇ ଜଣ ଏପରି କରଥିବା ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ସ୍ଥାନୀୟ ପୋଲିସ ଘଟଣା ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.