ETV Bharat / bharat

ସିଆଚୀନ ଗ୍ଲାସିଅରରୁ ବରଫ ଅତଡା ଖସି 2 ସୁରକ୍ଷାକର୍ମୀ ଶହୀଦ - ସୁରକ୍ଷାବାହିନୀ

ସିଆଚୀନରେ ବରଫ ଅତଡା ଖସି 2ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ସିଆଚୀନ ଗ୍ଲେସିଅରରୁ ବରଫ ଅତଡା ଖସି 2 ସୁରକ୍ଷାବାହିନୀ ମୃତ

author img

By

Published : Apr 27, 2021, 9:35 AM IST

ନୂଆଦିଲ୍ଲୀ: କାଶ୍ମୀର ନିକଟରେ ଥିବା ସିଆଚୀନ ଗ୍ଲାସିଅରରୁ ବରଫ ଅତଡ଼ା ଖସି 2 ଜଣ ସୁରକ୍ଷାକର୍ମୀ ରବିବାର ଶହୀଦ ହୋଇଛନ୍ତି । ତେବେ ଏହି ଘଟଣା ରବିବାର ମଧ୍ୟାହ୍ନ ପ୍ରାୟ 1ଟା ସମୟରେ ହନିଫ ସେକ୍ଟରରେ ଘଟିଥିଲା ।

ଏହି 2 ସୁରକ୍ଷାକର୍ମୀଙ୍କୁ ସଂନ୍ଧ୍ୟା 7ଟା ସମୟରେ ଉଦ୍ଧାର କରିବା ସମ୍ଭବ ହୋଇଥିଲା । ତେବେ ସେତବେଳ ସୁଦ୍ଧା ସେମାନେ ପ୍ରାଣ ହାରିଥିବା ସୂଚନା ମିଳିଛି । ବରଫ ଅତଡା ଖସିବା ସମୟରେ ସେଠାରେ ଅନ୍ୟ ସୁରକ୍ଷାକର୍ମୀମାନେ ମଧ୍ୟ କାର୍ଯ୍ୟ କରୁଥିଲେ । ତେବେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

କରାକୋରାମ ରେଞ୍ଜରେ ପ୍ରାୟ 20,000 ଫୁଟ ଉଚ୍ଚରେ ଥିବା ସିଆଚୀନ ଗ୍ଲାସିଅର ଦୁନିଆର ସର୍ବୋଚ୍ଚ ମିଲିଟାରୀ ଜୋନ୍ ହୋଇଥିବା ବେଳେ ସେଠାରେ ସୁରକ୍ଷାକର୍ମୀମାନଙ୍କୁ ପ୍ରବଳ ପବନ ପ୍ରବାହ ସହିତ ଲଢିବାକୁ ପଡିଥାଏ । ତେବେ ବାୟୁମଣ୍ଡଳରେ ତାପମାତ୍ରା ବଢିବା ପରେ ଗ୍ଲାସିଅରରୁ ବରଫ ଅତଡା ଖସିବା ଏହି ଅଞ୍ଚଳରେ ସାଧାରଣ ବିଷୟ ବୋଲି ଜଣାପଡିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.